କୋକସରା(ଦେବେନ୍ଦ୍ର ସାଗର )ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଆୟୋଜିତ “ଦୀକ୍ଷାନ୍ତ” କାର୍ଯ୍ୟକ୍ରମ ରେ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ “ଘୁମୁରା”କଳା ର ପୁନଃରୁଦ୍ଧାର କରିବା ପାଇଁ ପ୍ରୟାସ କରି ଆଜି ମୋଟେର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ସ୍ଥାନୀୟ ମୋଟେର ଚମ୍ପେଶ୍ୱର ଘୁମୁରା ଦଳ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ଲୋକ କଳାକାର ଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରି ଲୋକ କଳା ଘୁମୁରା ର ପୁନଃରୁଦ୍ଧାର ସହ କଳାକାର ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର କଳାକାର ଭତା ବ୍ୟବସ୍ଥା କରିଥିବା କହିଥିଲେ l
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼ ପ୍ରବୋଧ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଘୁମୁରା ର ସ୍ଥାୟୀତ୍ୱ ପାଇଁ ସଙ୍ଗୀତ ନାଟକ ଏକାଡେମୀ ସବୁବେଳେ ତତ୍ପରତା ଦେଖେଇବ ଦାୟିତ୍ୱ ଗ୍ରହଣ କରିବ ଓ ଘୁମୁରାକଳା କୁ ବଞ୍ଚେଇ ରଖିବା ପାଇଁ ଅଧିକ କାର୍ଯ୍ୟକ୍ରମ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ l
ଘୁମୁରା ଗୁରୁ ତୀର୍ଥରାଜ ଦଳପତି ମଞ୍ଚ ପରିଚାଳନା କରିଥିବା ବେଲେ ଘୁମୁରା ଗୁରୁ ମହେଶ୍ୱର ସରାଫ,ସଂସ୍କୃତି ଗବେଷକ ଅଜୟ କୁମାର ମିଶ୍ର, ସଙ୍ଗୀତ ନାଟକ ଏକାଡେମୀ ସଭ୍ୟ ଧ୍ୟାନଚାନ୍ଦ ପଣ୍ଡା,ମଙ୍ଗଳୁ ଭାଟି, ସମେତ ଜୟପାଟଣା, ଧର୍ମଗଡ଼, କଲମପୁର, କୋକସରା ବ୍ଲକ ର ଶତାଧିକ କଳାକାର ଯୋଗ ଦେଇଥିଲେ l ପରିଶେଷରେ ବରିଷ୍ଠ ଘୁମୁରା ଗୁରୁ ବିଶେଶ୍ୱର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l