ଫୁଲବାଣୀ(ସୁନୀଲପଟନାୟକ) ସରକାରଙ୍କ ବର୍ଦ୍ଧିତ ହୋଲଡିଙ୍ଗ ଟ।କ୍ସକୁ ନେଇ ଫୁଲବାଣୀ ମିଳିତ ନାଗରୀକ ମଞ୍ଚର ବିରୋଧ ସତ୍ବେ ଫୁଲବାଣୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଫୁଲ ବାଣୀ ଉପଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଗତକାଲି ବୁଧବାର ଠାରୁଅଭିଯୋଗଶୁଣାଣୀ ଆରମ୍ଭ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କ ଅଧିକ । ଟ୍ଯାକ୍ସ ପଡି ଯାଇଛି ବୋଲି ଅଭିଯୋଗ କରିଛନ୍ତି ସେମାନଙ୍କୁ ଡକାଇ ଉପଜିଲାପାଳ ଦାସ ଗତ କାଲି ଓ ଆଜି ଦୁଇ ଦିନରେ ୧୨୮ଟି ଅଭିଯୋଗ ଶୁଣାଣୀ କରି ଫଇସଲା କରିଛନ୍ତି ।ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବାପରେ ଉପଜିଲ୍ଲାପାଳ ଦାସ ସରକ।ରୀ ନିତି ନିୟମ ପ୍ରକା6ର ଯଥା ସମ୍ଭବ ଅଭିଯୋଗକାରୀ ମାନଙ୍କୁ ଟାକ୍ସରେ ରିହାତି ବ୍ୟବସ୍ଥା କରିବା ଫଳରେ ଅଭିଯୋଗକାରୀ ସେମାନଙ୍କୁ ନ୍ୟାୟ ମିଳିଥିବାରୁଖୁସି ବ୍ୟକ୍ତ କରିଛନ୍ତି ।
ଉପଜିଲାପାଳ ବିରେନ୍ଦ୍ର କୁମାର ଦାସ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଓ କର୍ମଚାରୀମାନେ ଉପସ୍ଥିତ ରହି ଶୁଣାଣୀ ଜାରୀ ରଖିଛନ୍ତି ଆଉ ଯେଉଁଅଭିଯୋଗକାରୀ ମାନେ ଆସି ସେମାନଙ୍କ ସୁବିଧା ଅସୁବିଧା ନେଇ ପକ୍ଷ ରଖୁଛନ୍ତି ସେମାନଙ୍କୁ ଯଥା ସମ୍ଭବ ଉଚିତ ନ୍ୟାୟ ପ୍ରଦାନ କରାଯାଉଛି ବୋଲି ପୌରଅଧିକାରୀ ବଳଦେବବେହେରା କହିଛନ୍ତି।
ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ୧୨୮ ଜଣଙ୍କ ହୋଲଡିଙ୍ଗ ଟାକ୍ସ ଅଭିଯୋଗ ଶୁଣାଣୀ
Share with