ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ଦୀର୍ଘ ବର୍ଷରୁ ସୁବର୍ଣ୍ଣପୁର ବିଜୁପଟ୍ଟୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟର ଶିକ୍ଷାନୀତି ଓ ଅର୍ଥନୀତିର ଘୋର ଅବ୍ୟବସ୍ଥା ଅନିୟମିତତା, ତଥା ଡ଼ିଗ୍ରୀ କଲେଜ ହଷ୍ଟେଲ ରେ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ, ଅଧ୍ୟlପକ, କର୍ମଚାରୀଙ୍କ ବର୍ଷ ବର୍ଷ ଧରି ଇ ପି ଏଫ ବନ୍ଦ କରି ଜାଣିଶୁଣି ହଇରାଣ କରିବା, କର୍ମଚାରୀ ଓ ଛାତ୍ରୀଙ୍କ ସହ ସହଯୋଗ ନ ରଖିବା ଓ ମେନେଜିଙ୍ଗ କମିଟି ସଭାପତି ତଥା ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଆଦେଶ ପରାମର୍ଶ ସବୁକୁ ସମ୍ପୂର୍ଣ୍ଣ ଭାବେ ଆବ ମାମନା କରିବା, କଲେଜର ବିକାଶ କ୍ଷେତ୍ରରେ ଅସହଯୋଗ କରିବା ଏବଂ କର୍ମଚାରୀ ଓ ହଜାର ଛାତ୍ରୀଙ୍କ କାରିୟର ସହିତ ଖେଳ ଖେଳିବା ଭଳି ଅଭିଯୋଗ ଅଧ୍ୟକ୍ଷl ନାମରେ ହେବା ପରେ ଆଜି ରାଜ୍ୟ ଶିକ୍ଷା ବିଭାଗ ର ପ୍ରିନସିପାଲ ସେକ୍ରେଟାରୀ ଓ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶକ ଙ୍କ ନିର୍ଦ୍ଧେଶ ଓ ଜ଼ିଲ୍ଲା ପ୍ରଶାସନ ଚିଠି ନମ୍ବର ୮୦୭୭ ରେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷl ବୈଜୟନ୍ତି ନାୟକ ଚାକିରୀରୁ ନିଲମ୍ବିତ ହୋଇଛନ୍ତି l ଏ ଖବର ପାଇବା ପରେ କଲେଜ ଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ କଲେଜ ପରିଚାଳନା କମିଟିସଭାପତି ତଥା ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ସମଗ୍ର ଜ଼ିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ ସୁଧାର ଆଣିବା ରେ ଆଜି ଏହା ଏକ ବଡ଼ ପଦକ୍ଷେପ ଓ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଏ ଘଟଣା ସହର ତଥା ଜ଼ିଲ୍ଲା ରେ ଚର୍ଚ୍ଚା ବିଷୟ ହୋଇଛି l ଏହି ପଦକ୍ଷେପ ପାଇଁ ସହର ଓ ଜ଼ିଲ୍ଲା ବୁଦ୍ଧିଜୀବୀ ମହଲରେ ଜ଼ିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି l ଅନେକ ଜ଼ିଲ୍ଲାପାଳ ମାନଙ୍କ ନିର୍ଦ୍ଦେଶ ଓ ପରାମର୍ଶ ସବୁକୁ ଅଧ୍ୟକ୍ଷl ବେଖାତିର କରିଥିବା ଜଣା ପଡିଛି
ସୋନପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ନିଲମ୍ବିତ: ଜ଼ିଲ୍ଲା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅନନ୍ୟ ପ୍ରୟାସ ସୃଷ୍ଟି କଲେ ଏଡ଼ିଏମ
Share with
previous post