Home Breaking News / ତାଜା ଖବର ଶୁଭାରମ୍ଭ ହେଲା ଧର୍ମରକ୍ଷକଙ୍କ ଲାଠି ଯାତ୍ରା ସାମିଲ ହେଲେ ସାଧୁ ସନ୍ଥ

ଶୁଭାରମ୍ଭ ହେଲା ଧର୍ମରକ୍ଷକଙ୍କ ଲାଠି ଯାତ୍ରା ସାମିଲ ହେଲେ ସାଧୁ ସନ୍ଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)-ରାୟଗଡ ଋଷି କ୍ଷେତ୍ରର ଧର୍ମ ରକ୍ଷା ଅଭିଯାନ ଆରମ୍ଭ ହେଇ ଯାଇଛି।ଓଡ଼ିଶାର ୩୦ ଗୋଟି କ୍ଷେତ୍ର ମଧ୍ୟରେ ରାୟଗଡ ଋଷି କ୍ଷେତ୍ର ଅନ୍ୟତମ ଅଟେ। ସାଧୁ ସନ୍ଥଙ୍କ ନିର୍ଦେଶ କ୍ରମେ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ଏକ ଅଭିନବ ପ୍ରୟାସ ଆରମ୍ଭକରି କଲ୍ୟାଣସିଙ୍ଘସପୁର ବ୍ଲକ ବା ଆଚାର୍ଯ୍ୟ କ୍ଷେତ୍ରରେ ଗ୍ରାମକୁ ପ୍ରବେଶ କରୁବାକୁ ହେଲେ ଗ୍ରାମର ଦେବୀ ଝାକିରୀଙ୍କୁ ପ୍ରଥମେ ପୂଜନ କିମ୍ବା ମୁଣ୍ଡିଆ ମାରି ଗ୍ରାମକୁ ପ୍ରବେଶ କରିବାକୁ ବାଧ୍ୟ ଏହି ନିୟମ ଯିଏ ନ ମାନିବ ସେ ଗ୍ରାମରେ ପସାଇ ଦିଆଯିବନି ବୋଲି ଆଦିବାସୀ ସମାଜ ନିୟମ କରିଛି। ସେହିଭଳି ପ୍ରତ୍ୟେକ ଗ୍ରାମରେ ଜଣେ ଲେଖାଏଁ ଧର୍ମ ରକ୍ଷକ ଚୟନ କରାଯାଇଛି। ଏହି ଧାରାକୁ ବଜାଇ ରଖିବାକୁ ହେଲେ ଗ୍ରାମର ପ୍ରତ୍ୟେକ ଘରେ ଗୋଟିଏ ଲେଖାଏଁ ଧର୍ମ ଦଣ୍ଡ (ଲାଠି) ରଖିବାକୁ ନିଷ୍ପତି ନିଆଯାଇଛି। ଏହି ନିୟମ ସ୍ୱରୂପ ପ୍ରତ୍ୟେକ ସଂକ୍ରାନ୍ତି ଦିନ ଲାଠି ଯାତ୍ରା ବାହାର କରାଯିବ। ଏହି ଯାତ୍ରାର ନିୟମ ରହିଛି କି ଏକ ଗ୍ରାମରୁ ପଡୋଶୀ ଗ୍ରାମରୁ ସନ୍ଧ୍ୟା ସମୟରେ ବାହାରି ସାଂକୀର୍ତନ ଓ ବାଜା ବାଜଣା ଧରି ପାଦରେ ଚାଲି ଚାଲି ଧାର୍ମିକ ସ୍ଲୋଗାନ ମାନ ଉଦଘୋଷ ଦେଇ ସେ ଗ୍ରାମରେ ପହଁଚିଲା ବେଳେକୁ ପୂର୍ବ ଯୋଜନା ମୁତାବକ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ ଏବଂ ଏକ ଛୋଟ ବୈଠକ ହେଇ ଲାଠି ର ମାହାତ୍ମ୍ୟ କୁହାଯାଇ ଏକ ଲାଠି କୁ ପ୍ରଦାନ କରାଯାଇ ଫେରି ଆସିବ। ଏହି ପରି ପ୍ରେକ୍ଷୀରେ ଗତ କାଲି ଅର୍ଥାତ ୧୭/୦୮ ଦିନ ସଂକ୍ରାନ୍ତି ଥିବାରୁ ସିକରପାଇ ପଂଚାୟତର ସିକପାଇ ଗ୍ରାମରୁ କଟଲାଙ୍ଗ ଗ୍ରାମକୁ ଯାଇ ଲାଠିଯାତ୍ରା କରା ଯାଇଥିଲା। ଏହି ଉତ୍ସବରେ ଏହି ଅଂଚଳର ଗୌରବ କ୍ରାନ୍ତିକାରୀ ଆଶ୍ରମର ପ୍ରତିଷ୍ଠାତା ସତ୍ୟ ସ୍ୱରୂପା ନନ୍ଦ ଗିରୀ, ହାତୀ ବାବା,ବିଶ୍ବହିନ୍ଦୁ ପରିଷଦ ସଭାପତି ରାମରାଓ କଡ୍ରକା, ପାଗୁ ତିଆକା, ଲୁଲା ତିଆକା, ବିଶ୍ୱନାଥ ତିଆକା, ସାଙ୍ଗନା କଞ୍ଜକା, ଲକୀ କଞ୍ଜକା, ବିଶୁ କଞ୍ଜକା, ଲଷ୍ମୀ ତିଆକା ପ୍ରମୁଖ ଯୋଗଦେଇ ଥିଲେ।

related posts

Leave a Comment