କଙ୍କଡ଼ାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ କାଠପାଳ ଫେକର କ୍ରୋମଇଟ ଖଣି ରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଖଣି କର୍ତ୍ତୃପକ୍ଷ ଛଟେଇ କରିବା ସହିତ ବିଭିନ୍ନ ସମସ୍ୟାର ପ୍ରତିବାଦରେ ଭାଲୁଟାଙ୍ଗର ମିନି ଷ୍ଟାଡିୟମ ଠାରେ କ୍ଷତିଗ୍ରସ୍ତ ଶ୍ରମିକ ମାନଙ୍କ ବୈଠକ ଯୁଧିଷ୍ଠିର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେଇଥିଲା ।ଏହି ବୈଠକରେ ୪ ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା ।ବନ୍ଦ ଥିବା ଖଣି ଖୋଲା ଯିବା ସହିତ ଯେଉଁ ଶ୍ରମିକ ମାନଙ୍କୁ ଖଣି ରୁ ଛଟେଇ କରାଯାଇଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରିବା ସହିତ ବକେୟା ଥିବା ପାଉଣା ଦିଆଯାଉ ।ସ୍ଥାନୀୟ ଅଞ୍ଚଳରେ ଥିବା ଯୋଗ୍ୟ ପିଲାଙ୍କୁ ନିଯୁକ୍ତି ଦିଆ ଯିବା ସହିତ ଯେଉଁମାନେ ଠିକାଦାର ଙ୍କ ଠାରେ କାମ କରୁଛନ୍ତି ଠିକାଦାର ପରିବର୍ତ୍ତନ ହେଲେ ପୂର୍ବ ଠିକାଦାର ଙ୍କ ଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ନୂଆ ଠିକା ସଂସ୍ଥାରେ ପୁନଃ ନିଯୁକ୍ତି ଦିଆଯିବା ଉପରେ ଆଲୋଚନା କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ମହାନ୍ତ,ଅଭିମନ୍ୟୁ ମହାନ୍ତ,ରାଇସିଂ ସର୍ଦାର ଙ୍କ ସହିତ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ ।
କାଠପାଳ ଫେକର କ୍ରୋମଇଟ ଖଣି ଛଟେଇ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ପାଇଁ ବୈଠକ
Share with
previous post