Share with
କୋକସରା(ଦେବେନ୍ଦ୍ର ସାଗର): କୋକସରା ଥାନା ଧନସରା ଗ୍ରାମର ଏକ ବିଳ ରୁ ଜଣେ ଯୁବକ ଙ୍କ ଆକସ୍ମିକ ମୃତ୍ୟୁ କୁ ନେଇ ଅଞ୍ଚଳ ତଥା ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି l
ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଲେ ଧନସରା ଗ୍ରାମର ମାହାରୁ ସତନାମୀ (22) l ଆଜି ଅପରାହ୍ନ ରେ ନିଜ ଚାଷ ଜମିର ଘାସ ବାଛିବାକୁ ଯାଇ ଏମିତି ଅଘଟଣ ଘଟିଥିବା ସମସ୍ତଙ୍କୁ ଚକିତ କରିଛି l କିଛି ସମୟ ପରେ ପଡୋଶୀ ଚାଷୀ ଓ ସ୍ଥାନୀୟ ଲୋକେ ଦେଖି ପରିବାର ଓ କୋକସରା ଥାନା କୁ ଅବଗତ କରେଇଥିଲେ l
ଘଟଣାସ୍ଥଳରେ କୋକସରା ଥାନା ଏ ଏସ ଆଇ ଜନ୍ମେ ଜୟ ବାଗ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ସାମ୍ନା କୁ ଆସିବ ବୋଲି ସୂଚନା ଦେଇଛନ୍ତି