Home Breaking News / ତାଜା ଖବର ଚାଷୀଙ୍କ ସମସ୍ୟା ନେଇ ତହସିଲଦାରଙ୍କୁ ଦାବିପତ୍ର ଦେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତର ଚାଷୀ

ଚାଷୀଙ୍କ ସମସ୍ୟା ନେଇ ତହସିଲଦାରଙ୍କୁ ଦାବିପତ୍ର ଦେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତର ଚାଷୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର)ଚଳିତ ବର୍ଷ ଆବଶ୍ୟକତା ଠାରୁ କମ ବର୍ଷା ହୋଇଥିବା ରୁ କୋକସରା ବ୍ଲକ ବଡ଼ ପୋଡାଗୁଡା ପଞ୍ଚାୟତ ର ଚାଷୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଆ ବେଉଷଣ ହୋଇ ପାରୁନଥିବାରୁ ଆଜି କୋକସରା ତହସିଲଦାର ଙ୍କୁ ଭେଟି ନିଜ ସମସ୍ୟା କୁ ନେଇ ଏକ ଦାବିପତ୍ରପ୍ରଦାନ କରିଛନ୍ତି ।

ଅଣ ଜଳସେଚିତ ଓ ମରୁଡି ପ୍ରବଣ ଅଞ୍ଚଳ ହୋଇଥିବା ରୁ ଚାଷୀ ମାନେ ଆସନ୍ନ ମରୁଡି କବଲରେ ଦିନ ଗଣୁଛନ୍ତି । ପ୍ରଥମରୁ ବର୍ଷା ଠିକ ଥିବା ବେଳେ ଚାଷି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ପରେ କିନ୍ତୁ ଚାଷୀଙ୍କୁ ଧୋକା ଦେଇଛି ବର୍ଷା ।
ଆକାଶରେ ମେଘ ରହିଛି ହେଲେ ବର୍ଷୁ ନାହିଁ । ଚାଷୀମାନେ ବ୍ୟାଙ୍କ ସମବାୟ ଫାଇନାନ୍ସ କମ୍ପାନୀରୁ ଋଣ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବର୍ଷା ଅଭାବ ଯୋଗୁଁ ସବୁ ଠପ୍ ହୋଇଛି । ଚଳିତ ବର୍ଷ ଠାରୁ କୋକସରା ବ୍ଲକକୁ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ପ୍ରକଳ୍ପରୁ ଜଳସେଚନ ଆରମ୍ଭ ହୋଇଛି ।ତେବେ ପୋଡ଼ାଗୁଡା ପଂଚାୟତ ର ଇଞ୍ଚେ ଚାଷ ଜମିକୁ ପାଣି ଲାଗୁନାହିଁ । ଏଣୁ ମେଗାଲିଫ୍ଟ କେନାଲକୁ ସମ୍ପ୍ରସାରଣ କରି ଜଳଯୋଗାଣ କରିବାକୁ ଦାବି ରହିଛି । ଅନ୍ୟ ଦାବି ମଧ୍ୟରେ ଅନାବୃଷ୍ଟି ଯୋଗୁ କ୍ଷତିଗ୍ରସ୍ତ ଚାଷିଙ୍କୁ ଇନପୁଟ ସବସିଡ଼ି ପ୍ରଦାନ ଚାଷୀଙ୍କ କୃଷିଋଣ ଛାଡ ଅଞ୍ଚଳର ଚାଷୀ ଦେଇଥିବା ଡିପ ବୋରୱେଲ ଶୀଘ୍ର ମଞ୍ଜୁର ଓ ଖୋଲା ଯାଇଥିବା ଡିପ ବୋରୱେଲକୁ ବିଦ୍ୟୁତ ସଂଯୋଗ ଏହାସହ ବଡ଼ ପୋଡ଼ାଗୁଡା ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଜମି ବନ୍ଦୋବସ୍ତ ହୋଇନାହିଁ । ଏଣୁ ଜମି ବନ୍ଦୋବସ୍ତ ପାଇଁ ମଧ୍ୟ ଦାବି କରିଛନ୍ତି l ପଞ୍ଚାୟତର ଚାଷୀ ଓ ଗ୍ରାମବାସୀ ମଙ୍ଗଳବାର ସରପଞ୍ଚ ପ୍ରତିନିଧି ଓ ନାଏବ ସରପଞ୍ଚ ଧନୁ ଦୁର୍ଗାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଉପରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବଡ଼ ପୋଡ଼ାଗୁଡା ଗ୍ରାମବାସୀ।

related posts

Leave a Comment