ରାଇକିଆ(ରଜତ କୁମାର ନାୟକ): ମହିଳା ଯିବିକା ସୁରକ୍ଷା ମଞ୍ଚ ରାଇକିଆ ଶାଖା ତରଫରୁ ସ୍ଥାନୀୟ ବଢାପାଟା ଗୋଷ୍ଠୀ ଗୃହରେ ମିଶନ ଚାଟଶାଳୀ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରାଇକିଆ ବ୍ଲକ୍ ସଂଯୋଜିକା ସସ୍ମିତା ମଲ୍ଲିକଙ୍କ ନିର୍ଦ୍ଦେଶନାରେ ରାଇକିଆ ସମିତି ସଭ୍ୟା ମିନି ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥଲେ।କୋଭିଡ୍-୧୯ ନିୟମ ଅନୁଯାୟୀ କାର୍ଯ୍ୟକ୍ରମକୁ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ,ଛାତ୍ରଛାତ୍ରୀ,ଅଭିଭାବକ ମାନେ ଯୋଗ ଦେଇଥିଲେ।କୋରନା ସମୟରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।ଏହାକୁ ଦୃଷ୍ଟିରେ ରଖି ମହିଳା ଯିବିକା ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗ ରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ‘ମୋ ଚାଟଶାଳୀ’ କେନ୍ଦ୍ର ଖୋଲି ମାଗଣା ଶିକ୍ଷାଦାନ ଯୋଗାଇ ଦେଉ ଥିଲେ। ଏହାକୁ ଅଞ୍ଚଳର ଜନପ୍ରତିନିଧି, ବୁଦ୍ଧିଜିବୀଙ୍କ ସହୋଯୋଗ ରହିଥିବା ବେଳେ ଏପରି କାର୍ଯ୍ୟକୁ ସାଧୁବାଦ ଜଣାଯାଇଛି।
ସାରା ରାଜ୍ୟରେ ପାଞ୍ଚ ଲକ୍ଷ ପିଲାଙ୍କୁ ନେଇ ୨୫ ହଜାର ସ୍ଵେଚ୍ଛାସେବୀଙ୍କୁ ନେଇ ଚାଟଶାଳୀ ରେ ଶକ୍ଷା ଦାନ କରିବା ପାଇଁ ଲକ୍ଷ ରଖିଛି ଏହି ମଞ୍ଚ। ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ମୋ ଚାଟଶାଳୀ କେନ୍ଦ୍ର ଖୋଲାଯାଇଛି। କରୋନା ମହାମାରୀ ଆରମ୍ଭରୁ ଏହି ଚାଟଶାଳୀ ରେ ପିଲାମାନଙ୍କୁ ପାଠ ପଠାଉ ଥିବା ବେଳେ ମନୋରଞ୍ଜନ ପାଇଁ ଖେଳ କୁଦ ମଧ୍ୟ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମକୁ ମଞ୍ଚର ସଦସ୍ୟ ପ୍ରୋମଦା ନାୟକ ଙ୍କ ପରିଚାଳନାରେ ଶାନ୍ତି ଲତା ନାୟକ,ରିତା ନାୟକ,ସାରଳା ପ୍ରଧାନଙ୍କ ସହ ମାମୁନୀ ପ୍ରଧାନ ସହୋଯୋଗ କରିଥିଲେ।
ରାଇକିଆରେ ମିଶନ ଚାଟଶାଳୀର ଶୁଭାରମ୍ଭ
Share with