Home Breaking News / ତାଜା ଖବର 1441ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା

1441ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ରେ ଥିବା ମୋଟ ୧ ୭ ୧ ଟି ଗ୍ରାମପଂଚାୟତ ମଧ୍ୟରୁ ୧ ୩ ୫ ପଂଚାୟତ ର ୧ହଜ଼ାର ଚାରି ସ ଏକ ଚାଳିଶ ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଜ଼ିଲ୍ଲା ପ୍ରଶାସନ ଘୋଷଣା କରିଛି l
ଏନେଇ ବୁଧବାର ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକ ରେ ଏହା ଗୃହୀତ ହୋଇଛି l
ବାଲ୍ୟ ବିବାହ ବନ୍ଦ ପରେ ସେହି ଗ୍ରାମରେ ଥିବା କିଶୋରୀ ବାଳିକା ମାନେ କିପରି ଅଛନ୍ତି ବୁଝିବା ସହ ସେମାଙ୍କ ପାଠ ପଢା, ବିବାହ, ପ୍ରସୂତି କାଳୀନ ସୁବିଧା, ଜବ କାର୍ଡ ପ୍ରଦାନ ନେଇ ବ୍ୟବସ୍ଥା ମାନ କରାଯାଉଥିବା ପ୍ରଶାସନ କହିଛି l
ସେହିପରି କିଶୋରୀ ମାନଙ୍କୁ ଆତ୍ମ ନିର୍ଭର ଶିଳ କରିବା ପାଇଁ ଆ ଇ ଟି ଆଇ ଓ ଓର୍ମାସ ମାଧ୍ୟମ ରେ ବିଭିନ୍ନ ତାଲିମ ପ୍ରଦାନ କରିବା ପାଇଁ ମଧ୍ୟ ଵ୍ୟଵସ୍ଥା କରାଯାଉଛିବୋଲି ଜ଼ିଲ୍ଲା ପାଳ ଡା. ଵୃନ୍ଦା ଡ଼ି କହିଛନ୍ତି l
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଶ୍ୱ ରଞ୍ଜନ ନାୟକ, ଡେ ପୁ ଟି ଏସ ପି ସ୍ନେହାଶିଷ ସାହୁ, ଡ଼ି ଏସ ଡବ୍ଲୁ ଓ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଡ଼ି ସି ପି ଓ ରଶ୍ମିତା କରନ ଙ୍କ ସମେତ ବହୁ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

related posts

Leave a Comment