ତାଲିବାନ ରାଜୁତିରେ ମହିଳାଙ୍କ ପାଇଁ ଏମିତି କଠୋର ନିୟମ-ଆଇନ ତିଆରି କରଯାଏ ଯାହା ମାନବାଧିକାରର ଉଲ୍ଲଙ୍ଘନ। ଶରିୟା ଆଇନ ଅନୁଯାୟୀ, ମହିଳାଙ୍କ ସବୁ ଅଧିକାର ଛଡେଇ ନିଆଯାଏ। ୨୦୦୧ରେ ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଥିଲା, ସେତେବେଳେ ମହିଳାମାନେ ବହୁତ କଷ୍ଟ ସହିଥିଲେ। ପୁଣିଥରେ ମହିଳା ଓ ଯୁବତୀଙ୍କୁ ଦୈନନ୍ଦିନ ଜୀବନରେ ସେହି ସବୁ ନିୟମ ଅନୁଯାୟୀ ରହିବାକୁ ହେବ।
୧. ମହିଳାମାନେ କୌଣସି ନିକଟ ସମ୍ପର୍କୀୟଙ୍କ ବିନା ଘରୁ ବାହାରକୁ ବାହାରି ପାରିବେନି
୨. ମହିଳାମାନେ ଘରୁ ବାହାରିଲେ ବୁର୍ଖା ପିନ୍ଧିବାକୁ ହେବ
୩. ପୁରୁଷଙ୍କୁ ମହିଳାଙ୍କ ଆସିବା ଶବ୍ଦ ନ ଶୁଭିବା ଉଚିତ, ସେଥିପାଇଁ ହାଇ ହିଲ ପିନ୍ଧି ପାରିବେନି
୪. ସାର୍ବଜନିକ ସ୍ଥାନରେ ଅଜଣା ବ୍ୟକ୍ତିଙ୍କ ସାମ୍ନାରେ ମହିଳାଙ୍କ ଆବାଜ ଶୁଣାଯିବା ଉଚିତ ନୁହେଁ
୫. ଗ୍ରାଉଣ୍ଡ ଫ୍ଲୋର ଘରର ଝରକା ପେଣ୍ଟ ହେବା ଦରକାର, ଯେପରି ଘର ଭିତରେ ଥିବା ମହିଳା ଦେଖାନଯିବେ
୬. ମହିଳାମାନେ ଫଟୋ ଉଠାଇ ପାରିବେନି, ସେମାନଙ୍କ ଫଟୋ ଖବରକାଗଜ, ବହି ଓ ଘରେ ମଧ୍ୟ ଲଗେଇ ପାରିବେନି
୭. ମହିଳାଙ୍କ ଶବ୍ଦକୁ ଯେକୌଣସି ଜାଗାର ନାମରୁ ହଟାଇ ଦିଆଯିବା ଉଚିତ
୮. ମହିଳାମାନେ ଘରର ବାଲକନି ଓ ଝରକାରେ ଯେମିତି ଦେଖା ନ ଦିଅନ୍ତି
୯. ମହିଳାମାନେ କୌଣସି ସାର୍ବଜନିକ ସମାରୋହରେ ସାମିଲ ହୋଇପାରିବେନି
୧୦. ମହିଳା ନେଲପଲିସ ଲଗାଇ ପାରିବେନି, ନିଜ ଇଚ୍ଛାରେ ବିବାହ ମଧ୍ୟ କରିପାରିବେନି