Home Breaking News / ତାଜା ଖବର ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ପିଇଓ: ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେସରାମୁଳି ପିଇଓ

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ପିଇଓ: ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେସରାମୁଳି ପିଇଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଲାଞ୍ଚ ନେବା ମହଙ୍ଗା ପଡିଲା।ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବାକୁ କହି୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଲାଞ୍ଚୁଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଧରା ପଡିଜେଲ ଗଲେ । ଲଞ୍ଚୁଆ ବାବୁ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକର ସରାମୁଳୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନୀ ଏକ ।
ଦାରିଙ୍ଗ ବାଡି ବ୍ଲକ ସର ।ମୁଳିପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ. ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେବା ପାଇଁହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଟଙ୍କା ନଦେଲେ ଘର ପାଇଁ ଆବଶ୍ୟକ ତଦନ୍ତ ରିପୋର୍ଟକୁ ଗଡ଼ବଡ଼ କରି ଦେବେ ଆଉ ତତେ ଘର ମିଳିବ ନି ବୋଲି ଧମକାଇଥିଲେ। ଫଳରେ ଗରୀବହିତାଧିକାରି ଜଣଙ୍କ ବାଧ୍ୟହୋଇ ଭିଜିଲାନ୍ସକୁ ଜଣାଇଥିଲେ।
ଭିଜିଲାନ୍ସ ଏନେଇ ଲାଞ୍ଚୁଆ ପିଇ ଓଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ପ୍ରକାରେ ମଙ୍ଗଳବାର ପିଇଓ ନା ଏକ ୧୦ ହଜାର ଟଙ୍କାଲାଞ୍ଚ ନେବାବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ ଚଢାଉ କରି ଟଙ୍କା ଜବତ କରିବା ସହ ପିଇଓ ନା ଏକ କୁ ଗିରଫ କରିଥିଲେ ।
ଭିଜିଲାନସ ବିଭାଗ ୧୩/୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
ବ୍ରହ୍ମପୁର ଓ ଫୁ ଲବାଣୀ ଭିଜିଲାନ୍ସ ର ମିଳିତ ଦ୍ଭାବରେ ଏହି ଚଢ଼ାଉ କରିଥିଲେ।

related posts

Leave a Comment