Home Breaking News / ତାଜା ଖବର ଲର୍ଡସରେ ଭାରତର ରୋମାଂଚକର ବିଜୟ, ୧-୦ରେ ସିରିଜ ଆଗୁଆ ଟିମଇଣ୍ଡିଆ

ଲର୍ଡସରେ ଭାରତର ରୋମାଂଚକର ବିଜୟ, ୧-୦ରେ ସିରିଜ ଆଗୁଆ ଟିମଇଣ୍ଡିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲର୍ଡସ ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ । ମହମ୍ମଦ ସିରାଜଙ୍କ ୪ ୱିକେଟ ଓ ବୁମରାଙ୍କ ୩ ୱିକେଟ ଦଖଲ ପରେ ୨୭୨ ରନକୁ ପିଛା କରୁଥିବା ଇଂଲଣ୍ଡ ଦଳ ମାତ୍ର ୧୨୦ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ ହୋଇଯାଇଥିଲା । ଫଳରେ ୧୫୧ ରନରେ ଦ୍ୱିତୀୟ ଟେଷ୍ଟ ଜିତି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ଭାରତ । ଭାରତ ପ୍ରଥମ ଇନିଂସରେ ୩୬୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୮ ୱିକେଟରେ ୨୯୮ ରନ୍ କରି ଇନିଂସ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ୩୯୧ ରନ୍ କରିଥିବା ଇଂଲଣ୍ଡ ଦଳ ଆଗରେ ମ୍ୟାଚ୍ ଜିତିବାକୁ ଶେଷ ଦିନରେ ୨୭୨ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଦ୍ୱିତୀୟ ଇନିଂସର ପ୍ରଥମ ଦୁଇଟି ବଲରେ ମହମ୍ମଦ ସିରାଜ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଆରମ୍ଭ କରିଥିଲେ । ଏହା ପରେ ଭାରତୀୟ ପେସ୍ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ବ୍ରିଟିଶ ଦଳ । ଭାରତ ଏହି ମ୍ୟାଚ ବିଜୟ ସହିତ ସିରିଜରେ ୧-୦ରେ ଆଗୁଆ ହୋଇଛି । ସିରିଜର ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ୨୫ ଅଗଷ୍ଟରୁ ଆରମ୍ଭ ହେବ ।

related posts

Leave a Comment