Home Breaking News / ତାଜା ଖବର ଜନ୍ମ ପରେ ପୁଅ ଗାଏବ ପୁଅକୁ ଖୋଜୁଛି ମା..

ଜନ୍ମ ପରେ ପୁଅ ଗାଏବ ପୁଅକୁ ଖୋଜୁଛି ମା..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଜନ୍ମ ପର ଠୁ ପୁଅ ନିଖୋଜ l ପୁଅ କୁ ଖୋଜି ଖୋଜି ନ ପାଇ ମା ପାଗିଳି ପ୍ରାୟ ହୋଇଗଲା ଣି l ତଥାପି.ମା ର ମନ ବୁଝୁନି l ହୁଏତ ପୁଅ ମିଳିଯିବ ଭାବି ପ୍ରତିଦିନ ଟାଉନ ଥାନା ନଚେତ ଏସପି ପାଖକୁ ଦୌଡୁଛି ନ୍ୟାୟ ପାଇବା ପାଇଁl ମହିଳା ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ନୁଆରୀ ପଦର ଗ୍ରାମର ସରସ୍ବତୀ କହଁର l
ସରସ୍ବତୀ ଗତ 22/12/2019ରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ସନ୍ତାନ ଜନ୍ମ କରିଥିଲା l
ଆଉ ସନ୍ତାନ ଟି ପୁତ୍ର ହେଇଥିବା ଦର୍ଶାଇ ମେଡିକାଲ ପକ୍ଷରୁ ବାର୍ଥ ସାର୍ଟିଫିକେଟ ରେଜିଷ୍ଟ୍ରେ ସ ନ ନମ୍ବର 3656/2019 ରେ ସରସ୍ବତୀ କୁ ପ୍ରଦାନ କରା ଯାଇଛି l
ତେବେ ସନ୍ତାନ ଜନ୍ମ ପରେ ସରସ୍ବତୀ ସଂଜ୍ଞାହୀନ ହୋଇପଡିଥିବାରୁ ସନ୍ତାନ କୁ ଦେଖି ପାରିନଥିବା କହିଛି l
ପରବର୍ତୀ ସମୟରେ ପୁଅକୁ ଖୋଜୁଛି ହେଲେ ପାଉନି ସେ ଲ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛି l ପରେ ଗତ 31/3/2021ରେ କନ୍ଧମାଳ ଜ଼ିଲ୍ଲାପାଳ ଙ୍କୁ ବି ଭେଟି ଲିଖିତ ଅଭିଯୋଗ କରିଥିଲା l
ତେବେ ଏଯାଏଁ ତାକୁ ନ୍ୟାୟ
ମିଳିନି l ଫଳରେ ମଙ୍ଗଳ ବାର ଏସପି ଙ୍କୁ ଭେଟିନ୍ୟାୟ ଭିକ୍ଷା କରିବାକୁ ସରସ୍ବତୀ ଆସି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଭେଟି ନ ପାରି ଦୁଃଖରେ ଫେରି ଯାଇଥିଲା l
ତେବେ ସରସ୍ବତୀ ର ପୁଅ ଶୂନ୍ୟ ଏବେ ଜିବିତ ନା ମୃତ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି lତେବେ କେହି କେହି ସରସ୍ବତୀ ର ଝିଅ ଜନ୍ମ ହୋଇଥିଲା ଆଉ ସଂଗେ ସଂଗେ ମୃତ୍ୟୁ ହୋଇଥିବା କହୁଛନ୍ତି l
ତେବେ ପୋଲିସ ଘଟଣା ର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଲାଗି ସରସ୍ବତୀ କହଁର ଦାବୀ କରିଛନ୍ତି

related posts

Leave a Comment