Home Breaking News / ତାଜା ଖବର ବିଭିନ୍ନ ଦାବିନେଇ ଅନୁସୂଚିତ ଜାତି ଓ ଜନଜାତି ମିଳିତ ମଞ୍ଚର ଶୋଭାଯାତ୍ରା

ବିଭିନ୍ନ ଦାବିନେଇ ଅନୁସୂଚିତ ଜାତି ଓ ଜନଜାତି ମିଳିତ ମଞ୍ଚର ଶୋଭାଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସଦର ମହକୁମାରେ ଆଜି ବିଭିନ୍ନ ଦାବିନେଇ ଅନୁସୂଚିତ ଜାତି ଓ ଜନଜାତି ମିଳିତ ମଞ୍ଚର ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସଂଗଠନର ଶତାଧିକ ବ୍ୟକ୍ତି ଏକ ବିରାଟ ଶୋଭାଯାତ୍ରାରେ ଜିରିଡାମାଳି ଠାରୁ ବାହାରି କାମାକ୍ଷାନଗର ବଜାର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।ଗତ ୧୨/୦୭ ରିଖରେ ପରଜଙ୍ଗ ଥାନା ଆମ୍ବପାଳସ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ଜାମୁନାଳୀ ସାହିର ପପୁ ସିର୍କ। ଓ ସଂତୋଷି ପିଙ୍ଗୁଆଙ୍କ ସମେତ ୧୨ଜଣ ନିରୀହ ବ୍ୟକ୍ତିଙ୍କୁ ଉଠାଇ ନେଇ ଗ୍ରାମରେ ନିସ୍ତୁକ ମାଡ଼ ମାରିଥିଲେ ।ଘଟଣା ସମ୍ପର୍କରେ ଜାମୁନାଳୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଭିଯୋଗ କରିବାପାଇଁ ଯିବା ସମୟରେ ପୁଣି ଆମ୍ବପାଳସ ଗ୍ରାମର ବ୍ୟକ୍ତିମାନେ ଏକାଠି ହୋଇ ସେମାନେ ଯାଉଥିବା ଗାଡିକୁ ଅଟକାଇ ଟେକା ପଥର ମାରିବା ସହିତ ଗର୍ଭବତୀ ସଂତୋଷି ପିଙ୍ଗୁଆଙ୍କୁ ଆକ୍ରମଣ କରିବାରୁ ତାଙ୍କର ୭ମାସର ଗର୍ଭ ନଷ୍ଟ ହୋଇ ଯାଇଥିଲା ।ଘଟଣା ନେଇ ୧୭/୦୭ ରିଖରେ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆସାମୀ କୁ ଗିରଫ କରାନଯିବା ,ଆହତ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ,ବନ ବାସୀଙ୍କର ଜଙ୍ଗଲ ଅଧିକାରୀ ସ୍ୱୀକୃତି ଆଇନି ଅନୁଯାଇ ଦଖଲ କରୁଥିବା ଜମିକୁ ଚିହ୍ନଟ କରି ପଟା ପ୍ରଦାନ , ଓ ପଡା ବସ୍ତିକୁ ରାଜସ୍ୱ ପାହ୍ୟା ମାନ୍ୟତା ଦାବିରେ

related posts

Leave a Comment