ଫୁଲବାଣୀ(ସୁନୀଲ ପଟ୍ଟନାୟକ): କେରଳ ରୁ କନ୍ଧମାଳ ଜିଲାକୁ ଫେରୁଥିବାବେଳେ ପଡିପଙ୍ଗା ଗ୍ରାମ ର ଜଣେ ଗର୍ଭବତୀ ଟ୍ରେନରେ ଏକ କନ୍ୟା ସନ୍ତାନ ପ୍ରସବ
କରିଛନ୍ତି। ପ୍ରସବ ପରେ ପ୍ରସୂତି ଜଣଙ୍କ ଗୁରୁତର ହୋଇ ପଡିଥିବା କୁହାଯାଉଛି ।
ସୂଚନାଯୋଗ୍ୟଯେ କନ୍ଧମାଳ ଜିଲା ପଡିପଙ୍ଗାର ଯୁବକ ଜଣଙ୍କ ଗର୍ଭବତୀ ସ୍ତ୍ରୀକୁ ଧରି କେରଳରୁଫେରୁଥିବାବେଳେ ପାର୍ବତୀପୁରମ ଠାରେ ସ୍ତ୍ରୀ ଇସାବଳିଆରସିଂ ଚଳନ୍ତା ଟ୍ରେନର ଶୌଚାଳୟରେ ହଠାତ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।
ରେଳବାଇ ପୋଲିସ ଦେଖିବାପରେ ରାୟଗଡ଼ା ଡ଼ାକ୍ତରଖା ନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ । ହେଲେ ସେଠାରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ରାହୁଳ ବଳିଆରସିଂ।
ତେବେ ସେଠାରୁ ଡିସଚାର୍ଜ ହୋଇ ନିଜ ଗ୍ରାମ ପଡିପଙ୍ଗା କୁ ଅସୁସ୍ଥ ସ୍ତ୍ରୀକୁ ନେଇ ଫେରୁଥିବାବେଳେ କୋଟଗଡ଼ର କିଛି ସ୍ଵେଚ୍ଛାସେବୀ ଯୁବକ ଦେଖିବାପରେ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଡ଼ାକ୍ତରଖାନାକୁ ପଠାଇଥିଲେ । ତେବେ ପାଖରେ ସ୍ତ୍ରୀ ର ଚିକିତ୍ସା ପାଇଁ ଅର୍ଥ ନଥିବା କହିଛନ୍ତି ରାହୁଲ । ସରକାରି ସହାୟତା କିଛି ଯୋଗାଇଦେବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି ରାହୁଲ ।
କେରଳରୁ କନ୍ଧମାଳ ଫେରିବା ବେଳେ ଚଳନ୍ତା ଟ୍ରେନରେ ପ୍ରସବ
Share with
previous post