Home Breaking News / ତାଜା ଖବର ମାୟାଧରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

ମାୟାଧରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା): ଆଶ୍ୱାସନାର କଥା ଯେ ସମ ହସ୍ପିଟାଲର ଅଲଟିମେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବଡ଼ମ୍ବାର ଆଇନଜୀବୀ , ସମବାୟବୀତ, ସାମ୍ବାଦିକ ଶ୍ରୀ ମାୟାଧର ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଆଡକୁ ଯାଉଥିବା ବେଳେ, ସେଠାକାର ବରିଷ୍ଠ ଚିକିତ୍ସକ ସଂଗେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଲୋଚନା ପରେ ତାଙ୍କ ଭାଇ , ଧର୍ମପତ୍ନୀ ପରିବାର ବର୍ଗ ଙ୍କ ସମ୍ମତି ରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇ I. C. U ରେ ବରିଷ୍ଠ ଚିକିତ୍ସକ ପ୍ରଫେସର ମନୋରଞ୍ଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ରଖାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ଗଲା ସପ୍ତାହରେ ତାଙ୍କୁ ଦେଖିବାକୁ ଗଲାବେଳେ ଭଗବାନଙ୍କ କୃପାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ଉନ୍ନତି ହେବା ଦେଖିଥିଲେ । ଏବେ ପ୍ରଫେସର ପଟ୍ଟନାୟକ ଓ ଡାକ୍ତରୀ ଟିମ ସହ ତାଙ୍କୁ ଦେଖି ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଦେଖିଥିଲେ । ସେ ଠାକୁରଙ୍କ କୃପାରୁ ଭଲ ହୋଇଯିବେ ବୋଲି ପ୍ରଫେସରଙ୍କ ସଙ୍ଗେ ଆଲୋଚନା ପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଆତ୍ମବିଶ୍ବାସ ବଢିଛି ।

related posts

Leave a Comment