Home Breaking News / ତାଜା ଖବର ବର୍ଷାରେ ବେହାଲ ମାଲକାନଗିରି

ବର୍ଷାରେ ବେହାଲ ମାଲକାନଗିରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଳି): 4 ରୁ 5 ଘଣ୍ଟା ବର୍ଷାରେ ମାଲକାନଗିରି ହାଲ ବେହାଲ।।ଆଜି ଭୋର 4ଟାରୁ ବର୍ଷା ଜଗୁ kakorkonda , ତାରଲାକତା, କାକରକୋଣ୍ଡା ,ବ୍ରିଜ ଉପର ଦେଇ ପାଣି ବହିବା ସହ ଜୟପୁର ମାଲକାନଗିରି ମୁଖ୍ୟ 326 no ରାଜପଥ ଉପର ଦେଇ ପାଣି ଯିବା ସହ ଲୋକଙ୍କ ଘର ଭିତରେ ମଧ୍ୟ ଆଣ୍ଠୁଏ ପାଣି ପସିଯାଇଛି।ମୁନ୍ସୀପାଲଟି ତରଫରୁ ନାଳ ନାର୍ଦମା ସଫା ଓ ଜଳ ନିଷ୍କାସନ ବେବସ୍ଥା ଆଗରୁ ନ କରିବା ହେତୁ ଏଭଳି ପରିସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରୁଛନ୍ତି। ମାଲକାନଗିରି ଜିଲ୍ଲା ଏକ ପାହାଡିଆ ଅଞ୍ଚଳ ହେଇଥିବା ବେଳେ ଏଠାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି।କିଛିଦିନ ପୂର୍ବେ କେନାଲ ଭାଙ୍ଗି ଶହ ଶହ ଏକର ଜମି ବାଲିଚର ହେଇ ଚାଷୀଙ୍କ ଅନେକ ଖୟ ଖତି ହେଇଥିବା ଆମେ times one ଓଡ଼ିଆ ରେ ଦେଖେଇଥିଲୁ।ଦେଖିବାକୁ ବାକିରହିଲା ପ୍ରଶାସନ ଏଥର କେତେ ତତ୍ପରତା ଦେଖାଉଛନ୍ତି।

related posts

Leave a Comment