Home Breaking News / ତାଜା ଖବର ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ଫୁଲବାଣୀ ସିଡିପିଓଙ୍କୁ ଘେରିଲେ ଗ୍ରାମବାସୀ

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ଫୁଲବାଣୀ ସିଡିପିଓଙ୍କୁ ଘେରିଲେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ପାତରଅନ୍ତର ଓ ଦୁର୍ନିତୀ ଅଭିଯୋଗ । ମୋଟା ଅଙ୍କର ଲାଞ୍ଚ ନେଇ କୁ ଆଡେ ଜଣେ କରାଣୀ ଓ ବିଭାଗୀୟ ଅଧିକାରିବେଆଇନ ଭାବେ ଅନ୍ୟ ଅଞ୍ଚଳର ଝିଅମାନଙ୍କୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦେଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକେ ଫୁଲବାଣୀ ସିଡି ପିଓ ଅଫିସ୍ ଆଗରେ ପାଟି ତୁଣ୍ଡ କରିଥିଲେ। ସିଡିପିଓ ଭିତର ପଟୁ କାର୍ଯ୍ୟାଳୟ ତାଲା ପକାଇ ରହିଥଲେ ।
ସେହିପରି ମିଣିଆ ପଞ୍ଚାୟତରେ ନୂତନ ଭାବେ ଖୋଲାଯାଇଥିବା ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ କର୍ମୀ ନିଯୁକ୍ତିରେ ଅନିୟମିତତା ଓ ଦୁର୍ନିତୀ ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ ଅଗଷ୍ଟ ୧୫ରେ ମିଳିତ ହୋଇ ବିରୋଧ କରିଥିଲେ । ଗ୍ରାମରେ କର୍ମୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଏକାଧିକ ଅଛନ୍ତି ଓ ଚାକିରୀ ପାଇଁ ଆବେଦନ କରିଥିଲେ ମଧ୍ଯ ସେମାନଙ୍କୁ ନ ଦେଇ ନିକଟବର୍ତ୍ତୀ ଅନ୍ୟ ଗ୍ରାମର ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ।
ନଚେତ ଆଗାମୀ ଦିନରେ ଏହାର ତିବ୍ର ବିରୋଧ କରିବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ ।
ସେହିପରି ଖଜୁରୀପଡ଼ା ବ୍ଳକରେ ମଧ୍ୟ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଦୁର୍ନିତୀ ଓ ଅର୍ଥକାରବାର ହୋଇଥିବା ନେଇ ଅଭିଯୋଗ ହୋଇଛି ।
କେବଳ ଏହି ଦୁଇଟି ବ୍ଳକ ନୁହେଁ ଜିଲ୍ଲାର ଅନେକ ସ୍ଥାନରେ କର୍ମୀ ନିଯୁକ୍ତିରେଏଭଳି ଦୁର୍ନିତୀ ଅନିୟମିତତା ଓ ପ୍ରିୟା ପ୍ରିତି ତୋଷଣ ଅଭିଯୋଗ ହୋଇଛି । ତେବେ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ ଙ୍କୁ ପଚରିବାରେ ସେ ଏ ନେଇ ଲିଖିତ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ଘଟଣ ।ର ସତ୍ୟତା
ଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
କନ୍ଧମାଳ ଜିଲ୍ଲାପାଳ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଜରୁରୀ।

related posts

Leave a Comment