ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ସ୍ବାଧୀନତା ଦିବସ ଅବସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଓ ପ୍ରେସ କ୍ଲବ ର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ପ୍ରସାଦ ରୋଡ ଓ ବଦନଦୀ ହିଡରେ 235 ଟି ବିଭିନ୍ନ କିସମର ଚାରା ରୋପଣ କରାଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋଷ୍ଠି ଉନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପାତି, ଉପସଭାପତି ତଥା ସାଇ ଆଇ ଟି ଆଇ ଅଧକ୍ଷ ମଧୁସୂଦନ ମହାପାତ୍ର, ବିଶିଷ୍ଟ ସମାଜ ସେବୀ ତଥା ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ଭି ଦେବୀପ୍ରସାଦ ପାତ୍ର, ଯୁବ ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ, ମାଧବାରିଡା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ପ୍ରହରାଜ, ଏନ ଏ ସି କନିଷ୍ଠ ଯନ୍ତ୍ରୀ ବିଶ୍ଵ ରଞ୍ଜନ ଜେନା,ପ୍ରେସ କ୍ଲବ ସମ୍ପାଦକ ଅଶ୍ୱିନୀ ମହାନ୍ତି ,ସକାଳ ବିଜ୍ଞାପନ ମେନେଜର ଦୀପକ ପଣ୍ଡା,ଉପସଭାପତି ପ୍ରଭାତ କୁମାର ସାହୁ, ସହସମ୍ପାଦକ ସରୋଜ ଶତପଥି, ଉପଦେଷ୍ଟା ସୁଶାନ୍ତ ବେହେରା, ସାହିତ୍ୟ ଘର ସଭ୍ୟ ସଚିନ ପୁରୋହିତ,ବାଳକୃଷ୍ଣ ପାତ୍ର, ନାରାୟଣ ପଣ୍ଡା, ଶିବରାମ ଚୌଧୁରୀ, ବିରୂପାଖ୍ୟ ପାତ୍ର, ଚନ୍ଦନ ସାହୁ,ସୁଶାନ୍ତ ମିଶ୍ର, ବାବୁଲା ଗୌଡ଼, ବିନୋଦ ପତି ଓ ମଙ୍ଗୁଳୁ ମୁନି ପ୍ରମୁଖ ଉପସ୍ଥିତ ଥିଲେ ।
ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଓ ପ୍ରେସ କ୍ଲବର ମେଗା ଚାରା ରୋପଣ
Share with