ବାସୁଦେବପୁର(ବିଭୁତି ଭୂଷଣ ପଣ୍ଡା): ବାସୁଦେବପୁର ଠାରେ ସ୍ଥାନୀୟ ଟଉନ୍ ହଲ୍ ପରିସର ରେ ବିଜୁ ଛାତ୍ର ଜନତା ତରଫ ରୁ ଏକ ବ୍ଲକ୍ ଓ ମୁନିସିପାଲିଟି ସ୍ତରୀୟ କର୍ମ କର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟ କର୍ମ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ୍ ରାୟ ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦୀପ୍ତି ସୂର୍ଯ୍ୟ ବିଶ୍ଵାଳ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବାସୁଦେବପୁର ବ୍ଳକ ଛାତ୍ର ସଭାପତି କାଳନ୍ଦୀ ସାହୁ ଙ୍କ ସଭାପତିତ୍ବ ରେ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇ ଥିବା ବେଳେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ନଗର ସଭାପତି ଶ୍ୟାମ ସୁନ୍ଦର ମହାନ୍ତି, ନଗର ଯୁବ ସଭାପତି ମାନସ ରଞ୍ଜନ ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ସୌଭାଗ୍ୟ ବିଶ୍ଵାଳ, ନଗର ଛାତ୍ର ସଭାପତି ପୀୟୂଷ କୁଆଁର ଉପସ୍ଥିତ ରହି ସମସ୍ତ ଛାତ୍ର ମାନଙ୍କୁ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଙ୍କ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟ କର୍ମ ରେ ବ୍ଲକ୍ ଓ ପୌରପାଳିକା ର ବହୁ ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇଥିଲେ।ଏବଂ ଅମର ପାଢ଼ୀ ଧନ୍ୟବାଦ ଅପଣ କରିଥିଲା ବେଳେ ଛାତ୍ର ପ୍ର୍ତତୂସ ସଂଗୀତ ପରୀବେଷଣ କରିଥିଲେ
ବିଜୁ ଛାତ୍ର ଜନତା ତରଫରୁ କର୍ମ କର୍ତ୍ତା ବୈଠକ ଅନୁଷ୍ଠିତ
Share with