Home Breaking News / ତାଜା ଖବର ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ବଡମ୍ବା ଜେଲ

ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ବଡମ୍ବା ଜେଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା): ବଡ଼ମ୍ବାରୁ ଜେଲ ଉଠିଯିବା ନେଇ ଗଲା ବର୍ଷରୁ ଆଶଙ୍କା ଥିଲା | ବଡ଼ମ୍ବା ଓକିଲ ସଂଘ, ନାଗରିକ କମିଟିର ମିଳିତ ପ୍ରତିନିଧି ମଣ୍ଡଳୀ ୬ ମାସ ତଳେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସହିତ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଡ଼ି.ଜି ପୋଲିସ (ଜେଲ) ଶ୍ରୀ ସନ୍ତୋଷ ଉପାଧ୍ୟାୟ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଏହା ଏକ ରାଜୁଡା ଅମଳ ଐତିହ୍ୟ ବୋଲି ପ୍ରତିନିଧି ମଣ୍ଡଳୀ ଦର୍ଶାଇ ଏହାକୁ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ । ଏହାକୁ ଉଠାଇବାର ପ୍ରକ୍ରିୟା ବନ୍ଦ କରି କାର୍ଯ୍ୟକ୍ଷମ ହେବ ବୋଲି ନୀତିଗତ ନିଷ୍ପତ୍ତି ସରକାର ଏହି ଆଲୋଚନା ପରେ ନେଇଥିଲେ । ସେତେବେଳେ ଏହି ଆଲୋଚନାରେ ଓକିଲ ସଂଘ ତରଫରୁ ଶ୍ରୀ ସନ୍ତୋଷ ପଟ୍ଟନାୟକ, ମାୟାଧର ମଲ୍ଲିକ, ପରେଶ ମହାନ୍ତି , ତତ୍କାଳୀନ ଓକିଲ ସଂଘର ସଭାପତି ଶ୍ରୀ କୈଳାଶ ଜେନା , ସମ୍ପାଦକ ଶ୍ରୀ ଦିଲ୍ଲୀପ ସାମନ୍ତ , ସର୍ବ ଦଳୀୟ ନାଗରିକ କମିଟି ପକ୍ଷରୁ ସର୍ବଶ୍ରୀ ଅମୀୟ ପଟ୍ଟନାୟକ, ରବୀନ୍ଦ୍ର ସାହୁ ,ସଦାନନ୍ଦ ସ୍ୱାଇଁ , ଅମରେଶ ରଥ ପ୍ରମୁଖ ଭାଗ ନେଇଥିଲେ ।

କିନ୍ତୁ କୋଭିଡ ସଂକ୍ରମଣ ଯୋଗୁଁ ଏହାକୁ କାର୍ଯ୍ୟକ୍ଷମ କରିବା ବିଳମ୍ବିତ ହୋଇଛି । ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ବିଧାୟକ ମିଶ୍ର ବରାବର ଯୋଗାଯୋଗରେ ରହି କୋଭିଡ ସ୍ଥିତି ଏବେ କମିବା ପରେ ପଦକ୍ଷେପ ନିଆଯାଉଛି ।

ଆଜି ବଡ଼ମ୍ବା ଓକିଲ ସଂଘର ନୂତନ ସଭାପତି ଶ୍ରୀ ସନ୍ତୋଷ ବେହେରା , ସମ୍ପାଦକ ଶ୍ରୀ ପ୍ରମୋଦ ପୁହାଣ ଓ ଓକିଲ ସଂଘର ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ପରେଶ ମହାନ୍ତି , ମନୋଜ ପଣ୍ଡା, ଅମୂଲ୍ୟ ପାଣିଗ୍ରାହୀ ପ୍ରମୁଖ ବିଧାୟକ ମିଶ୍ରଙ୍କ ଉପସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ( କାରାଗାର) ଶ୍ରୀ ଉପାଧ୍ୟାୟ ଙ୍କ ସହ ଭେଟି ସଂକ୍ରମଣ କମିଥିବାରୁ ନୀତିଗତ ନିଷ୍ପତ୍ତି କୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ ଜଣାଇଥିଲେ ।ଡ଼ି.ଜି ସେପ୍ଟେମ୍ବର ମାସରେ ନିଶ୍ଚୟ ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ସହିତ ନିଆଯାଇଥିବା Process ସମ୍ପର୍କରେ ସୂଚନା ଦେଇଥିଲେ । ଏହାକୁ ନେଇ ସମସ୍ତଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ

related posts

Leave a Comment