Home Breaking News ୭୫ତମ ସ୍ୱଧୀନତା ଦିବସ ଉପଲକ୍ଷେ ରଘୁନାଥ ୟୁଥ ଯୁବକ ସଂଘ: ତେଲିସାହି, ବଡ଼ମ୍ବାଗଡର ଯୁବକ ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

୭୫ତମ ସ୍ୱଧୀନତା ଦିବସ ଉପଲକ୍ଷେ ରଘୁନାଥ ୟୁଥ ଯୁବକ ସଂଘ: ତେଲିସାହି, ବଡ଼ମ୍ବାଗଡର ଯୁବକ ମାନଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
     
 
 
   

ବଡମ୍ବା(ଶକ୍ତି ସ୍ୱର ରଣା): ବଡ଼ମ୍ବାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରଘୁନାଥଜୀୟୁ ଯୁବକ ସଂଘ,ତେଲିସାହି ତରଫରୁ କରୋନାର ସଚେତନତା ବାର୍ତ୍ତା ସୃଷ୍ଟି କରିବା ସହିତ ତେଲିସାହିର ସମସ୍ତ ପରିବାରକୁ ମାସ୍କ ବଣ୍ଟନ କରାଯାଇଛି । ସଂଘର ସଦସ୍ୟମାନଙ୍କର ଏହି ଅଭିନବ କୈଶଳ କୁ ସାହିର ମୁରଵୀମାନେ ପ୍ରଶଂସା କରିବା ସହିତ ଏହିଭଳି ଉନ୍ନତ ଚିନ୍ତାଧାରାରେ ଆଗେଇଯିବାପାଇଁ ପ୍ରେରଣା ଦେବା ସହିତ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ ।୪ମାସ ତଳେ ବହୁତ ଦିନ ଧରି ଅପରିଷ୍କାର ରହିଥିବା ରାସ୍ତାର ଦୁଇପାର୍ଶ୍ୱକୁ ସଂପୂର୍ଣ୍ଣ ପରିଷ୍କାର କରି ସାହିର ହୃଦୟରେ ସ୍ଥାନ ପାଇଥିବା ଯୁବକମାନଙ୍କୁ ସମସ୍ତେ ଉତ୍ସାହିତ କରିଥିଲେ । ନେତୃତ୍ୱ ଗ୍ରହଣ କରିଥିବା ସାହିର ସଭାପତି ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଜ୍ଞାନ ରଞ୍ଜନ ପରିଡ଼ା,ସହ ସଂପାଦକ ମହେଶ ପ୍ରସାଦ ରାଉତ,ଲକି ବେହେରା, ସଭ୍ୟ ସନ୍ତୋଷ କୁମାର ସାହୁ, ବିଭୂତି ବେହେରା,ମାନସ ରଞ୍ଜନ ସାହୁ,ଲିପା ବେହେରା ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ କରୋନାର ଆଗାମୀ ୩ୟ ଲହର ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ

related posts

Leave a Comment