Home Breaking News / ତାଜା ଖବର କାବୁଲରେ ପଶିଲା ତାଲିବାନ, ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦେଶଛାଡି ପଳାୟନ

କାବୁଲରେ ପଶିଲା ତାଲିବାନ, ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦେଶଛାଡି ପଳାୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ଏବେ ତାଲିବାନୀ ଆତଙ୍କବାଦୀଙ୍କ କବଜାରେ । ଅଗଷ୍ଟ ୧୫ ତାରିଖରେ କାବୁଲରେ ପ୍ରବେଶ କରି ରାଜଧାନୀକୁ ନିଜ ଦଖଲକୁ ନେଇଗଲେ ତାଲିବାନୀ ଆତଙ୍କୀ । ରାଷ୍ଟ୍ରପତିଙ୍କ ବାସଭବନ ଓ କାର୍ଯ୍ୟାଳୟ ବାହାରେ ତାଲିବାନୀ ଆତଙ୍କୀ ନିଜର ପତାକା ଲଗାଇ ଜଗି ବସିଛନ୍ତି । ହେଲେ ରାଷ୍ଟ୍ରପତି ଅସରଫ ଘନିଙ୍କ ପତା ମିଳୁନି । ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଛନ୍ତି । ଅସରଫ ଘନି କେଉଁଆଡେ ଚାଲିଯାଇଛନ୍ତି ବର୍ତମାନ ଏନେଇ କୌଣସି ସୂଚନା ମିଳିନାହିଁ । ପୁରା ଆଫଗାନିସ୍ତାନ ତାଲିବାନୀଙ୍କ କବଜାରେ ଥିବା ବେଳେ, ସାଧାରଣ ଜନତା ଏବେ ଆତଙ୍କିଙ୍କୁ ନେଇ ଭୟର ମାହୋଲ ଭିତରେ ଅଛନ୍ତି । ଏପରି ସମୟରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡି ପଳାୟନ କରିବା ସମସ୍ତ ଆଫଗାନ ଜନତାଙ୍କୁ ବି ବ୍ୟଥିତ କରିଛି ।

related posts

Leave a Comment