Home Breaking News / ତାଜା ଖବର ସୁନିତା ବିଶ୍ୱନାଥଙ୍କ ଦୁଃଖ ଦୂର ହେବ କେବେ,ପକ୍କା ଘର ଆଶା ସ୍ୱପ୍ନରେ ହିଁ ରହିଗଲା

ସୁନିତା ବିଶ୍ୱନାଥଙ୍କ ଦୁଃଖ ଦୂର ହେବ କେବେ,ପକ୍କା ଘର ଆଶା ସ୍ୱପ୍ନରେ ହିଁ ରହିଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଗଣିବାକୁ ବହୁତ କିନ୍ତୁ ଗ୍ରାଉଣ୍ଡ ଜିରୋରେ ତାହା ସୁନ ଅଟେ। ଉଭୟ ସରକାରଙ୍କ ଯୋଜନା ଗୁଡିକ କାଗଜ କଲମରେଚାଲିଛି ତେଲିଆ ମୁଣ୍ଡରେ ତେଲ ଭଳି ରାଜ୍ୟ ସରକାର ଅବା କେନ୍ଦ୍ର ସରକାର ଯିଏ ତାଙ୍କର ଗୋଡାନିଆ ହେଇ ରହିଛି ତାକୁ ଏହି ଯୋଜନାକୁ ହଟେଇବାରେ ବେଶ ପାରଙ୍ଗମ ଅଟେ। କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ୨୦୨୨ ସୁଦ୍ଧା ସମଗ୍ର ଭାରତ ବର୍ଷରେ କାହାର ମୁଣ୍ଡତଳେ ଚାଳ କିମ୍ବା ଟାଇଲ ଘର ରହିବ ନାହିଁ ସମସ୍ତେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବେ । ଏହି ପ୍ରତିଶୃତି ପାଣିର ଗାର ପାଲଟିଛି ମିଥ୍ୟା, ପ୍ରତିଶୃତି ପାଲଟିଛି ପ୍ରତାରଣା । ଏହିଭଳି ଏକ କରୁଣ ବୁକୁଫଟା କାହାଣୀ କହିଛନ୍ତି ରାୟଗଡ ଜିଲାର କଲ୍ୟାଣସିଙ୍ଘସପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ସଦରମହାକୁମା ସ୍ଥିତ ଖଣ୍ଡି ସହି ର ସୁନିତା ବିଶ୍ୱନାଥ ନାମକ ବିଧବା ମହିଳା। ସେଜଣେ ଦଳିତ ପରିବାରର ଏବଂ ୨ ବର୍ଷ ହେଲା ସ୍ୱାମୀକୁ ହରାଇ ଏକ ମାତ୍ର ବାପା ଛେଉଣ୍ଡ ପୁତ୍ର କେଦାର ସହ ଦୁଃଖରେ ଦିନ କାଟୁଛନ୍ତି। ସ୍ବର୍ଗତ ସାଇ ଶେଖରଙ୍କ ପତ୍ନୀ ଭାବରେ କେତେ ସ୍ୱପ୍ନ ନେଇ ବାହା ଘର ହେଇ ବଧୁ ସାଜି ଆସିଥିଲେ କିନ୍ତୁ ବିଧାତା ତାର ବୈରି ହେଲା ଶଙ୍ଖା ସିନ୍ଦୁର ହରାଇ ଜୀବକା ପାଇଁ ତାଙ୍କର ପିତୃ ଅର୍ଜିତ ଚାଳ ଛପର ବାସ ଗୃହରେ ସାଇ ପଡ଼ିଶାର କୁନି କୁନି ପିଲାଙ୍କୁ ନେଇ ଏକ ଟିଉସନ କରି ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ଗତ କାଲି ଲଗାଣ ବର୍ଷା ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି, ଗତ ବର୍ଷ କିଛି ଅଂଶ ଭୁଶୁଡି ଯାଇଥିଲା ତେଣୁ ଏହି ଭୟରେ ଅନ୍ୟ ଜଣଙ୍କ ପଡୋଶୀ ଘରେ ଆଶ୍ରୟ ନେଇଥିଲେ ତେଣୁ କୌଣସି ଆହତ ହେବା ଭୟ ନାହିଁ। ଏହି ଖବର ଗତ ବର୍ଷ ରାଜସ୍ୱ ଅଧିକାରୀ,ବି ଡି ଓ, ତହସିଲଦାର ସରପଞ୍ଚ ସମସ୍ତଙ୍କୁ ଜଣାଇ ଥିଲେ କିନ୍ତୁ ରାଜସ୍ୱ ବିଭାଗ ତରଫରୁ ଏକ ପଲିଥିନ ଦେଇ ନିଜ ଦାୟିତ୍ବ ସାରିଦେଇଥିଲେ। ଏନେଇ ସରପଞ୍ଚ ଅମ୍ବିକା ସରକା ଆମ ହାତରେ ଘର ଦେବାର ଅଧିକାର ନାହିଁ ଏହା ଏକ ପ୍ରଶାସନିକ ପ୍ରକ୍ରିୟା ଅଟେ ତେଣୁ ସେହି ବିଧିରେ ଗଲେ ପାଇହେବ ବୋଲି କହିଥିଲେ। ଏ ନେଇ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା ବି ଡି ଓ ସୁଧାକର ରଇତ ଙ୍କୁ ପଚାରିବାରୁ ଠିକ ଅଛି ଠିକ ଅଛି ମୋ ଗୋଚରକୁ ଆସିନଥିଲା ଦରଖାସ୍ତ କଲେ ଯାହା ସୁବିଧା ମିଳିବାର ଥିବ ତାହା ପ୍ରଦାନ କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି। ଆଜି ଚାଳ ହରା ସୁନିତାଙ୍କୁ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମନୋଜ ସେଠି, ସମ୍ପାଦକ ପୂର୍ଣ ଚନ୍ଦ୍ର ପଟେଲ, ପଂଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ସୋମେଶ ଜଗନାଥ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସାନ୍ତ୍ୱନା ଦେବାସହ ଏନେଇ ସରକାରକୁ ଜଣାଇ ଦିଆଯିବ ଯଦି ଅବହେଳା ହୁଏ ତାହେଲେ ଦାବୀ ପୁରାଣ ପାଇଁ ଆନ୍ଦୋଳନ କରିବାକୁ ପଚାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କ ଯୋଜନାରେ ଗୋଟିଏ ଘର ଯୋଗାଇ ଦେବାକୁ ନିକଟର ପଡୋଶୀଗୁଲା ସୁବାଷ, କରୁମୁଲୁ ବିଶ୍ୱନାଥ, ସାଇରାଜୁଳୁ ପ୍ରମୁଖ ସରକାରଙ୍କ ଠାରେ ନିବେଦନ କରିଛନ୍ତି କି ଘର ଖଣ୍ଡେ ମିଳିଲେ ତାଙ୍କ ପାରୁବାର ବାର ଦ୍ୱାର ଶୁଣ୍ଢି ପିଣ୍ଡା ନହେଉଣୁ ଶାନ୍ତିରେ ଚାଲିପରିବେ।ଆଶା ଆଶା ରେ ହିଁ ରହିଯାଇଛି ପାକଘର ସ୍ୱପ୍ନ ଦେଖିବାକୁ ବାକି ରହିଲା କେବେ ତାହା ପୂର୍ଣ ହେବ।

related posts

Leave a Comment