Home Breaking News / ତାଜା ଖବର ଆଇନ ସେବା ପ୍ରାଧିକରଣ ରାୟଗଡଙ୍କ ହସ୍ତକ୍ଷେପ ପରେ ମନରେଗା ସମସ୍ୟାର ସମାଧାନ

ଆଇନ ସେବା ପ୍ରାଧିକରଣ ରାୟଗଡଙ୍କ ହସ୍ତକ୍ଷେପ ପରେ ମନରେଗା ସମସ୍ୟାର ସମାଧାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ପ୍ରାପ୍ୟ ନ ପାଇବା ରୁ ଆବେଦନକାରୀ ଶ୍ରୀ ବିରେନ୍ଦ୍ର ନାୟକ, ନୁଆସାହି, ରାୟଗଡ N.R.E.G.S. ର C.C Road କାମ କରି ପ୍ରାପ୍ୟ ନପାଇବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡଙ୍କ ଦ୍ୱାରସ୍ଥ ହୋଇଥିଲେ । ବିରେନ୍ଦ୍ର ନାୟକଙ୍କ ଅଭିଯୋଗ ଆଧାରରେ ଆଇନ୍‍ ସେବା ପ୍ରାଧିକରଣ ର ସମ୍ମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ଓକିଲ ଶ୍ରୀ ମାନସ ରଞ୍ଜନ ରଥ ସମସ୍ୟାର ସମାଧାନ ନିମିତ୍ତ ଆବେଦନକାରୀ ଏବଂ ପ୍ରତିପକ୍ଷ (ବ୍ଲକ ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଓ ଠିକାଦାର) ଙ୍କୁ ନୋଟିସ ମାଧ୍ୟମରେ ଆଇନସେବା ପ୍ରାଧିକରଣର ସଂପାଦନଙ୍କ ସମ୍ମୁଖରେ ଉପସ୍ଥିତ କରାଇଥିଲେ । ପ୍ରାଧିକରଣ ର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କର ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟମରେ ଆପୋଷ ବୁଝାମଣା ହୋଇ ଆବେଦନକାରୀ ଶ୍ରୀ ନାୟକଙ୍କର ସମସ୍ୟାର ସମାଧାନ କରାଯାଇଥିଲା ଏବଂ ପ୍ରତିପକ୍ଷ ଆବେଦନକାରୀଙ୍କୁ ତାଙ୍କର ବକେୟା ପ୍ରାପ୍ୟ ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହିଭଳି ଅନେକ ଲୋକଙ୍କ ସମସ୍ୟା ରହିଛି ଜଣେ ଶିକ୍ଷିତ ଓ ଅଗ୍ରଣୀ ବୋଲି ନିଜ ଦାବୀକୁ ସଠିକ ଜାଗାରେ ଉପସ୍ଥାପନା କରି ନିଜ ପ୍ରାପ୍ୟ ହଟେଇବାରେ ସଫଳ ହେଇପାରିଛନ୍ତି ଅନ୍ୟ ମାନଙ୍କ ନ୍ୟାୟ ଦେବାରେ ସରଳ ଉପାୟ ବାହାର କରି ସମାଧାନ କରିବାକୁ ସାଧରଣରେ ସ୍ୱର ଉଠୁଛି।

related posts

Leave a Comment