Home Breaking News / ତାଜା ଖବର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଗଲା ଦୋକାନ

ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଗଲା ଦୋକାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିକୁଦା(ନିଗମାନନ୍ଦ ଦାଶ): ଅନନ୍ତପୁର ଫାଣ୍ଡି ଅଧୀନରେ ଥିବା ବ୍ରାହ୍ମଣ୍ଡି ଛକରେ ଥିବା ଏକ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି।ଖବର ପାଇ ଅନନ୍ତପୁର ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ପାଇଟାଳ ବାଲିକୁଦା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ କିନ୍ତୁ ସେମାନେ ପହଁଞ୍ଚିବା ପୂର୍ବରୁ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ସୂତ୍ର ଅନୁଯାୟୀ ବ୍ରାହ୍ମଣ୍ଡି ଗ୍ରାମର ଜଣା ଶୁଣା ବ୍ରାଉନସୁଗର ବେପାରୀ ବାବୁ ପଣ୍ଡା ପୋଲିସି ଭୟରେ କିଛିଦିନ ଲୁଚି ରହିବା ପରେ ଏହି କିଛିଦିନ ହେବ ଘରକୁ ଆସି ନିଜ ଶଳା ସହ ଏକ ଫାଷ୍ଟଫୁଡ଼ ଦୋକାନ କରିଥିଲା କିନ୍ତୁ ପୋଲିସି ନଜରରେ ଥିବାରୁ ବ୍ରାଉନସୁଗର ବେପାର କରିପାରୁ ନଥିଲା।କିନ୍ତୁ ଖାଇବା ଅଭ୍ୟାସ ଥିବାରୁ ପତ୍ନୀ ବବିନା ପଣ୍ଡାଙ୍କୁ ସବୁବେଳେ ଟଙ୍କା ମାଗୁଥିଲା ହେଲେ ବବିନା ଟଙ୍କା ନାହିଁ କହିବାରୁ ବାବୁ ରାଗିଯାଇ ପତ୍ନୀକୁ ପ୍ରବଳ ମାଡ଼ ମାରି ଘରୁ ବାହାର କରିଦେଇଥିଲା।ଫଳରେ ସେ ପାଖ ଗ୍ରାମ ନିଜ ବାପଘର ରେଙ୍ଗେଟିବେଲାରୀରେ ରହୁଥିଲା ।ଏଣେ ଗଣ୍ଡଗୋଳ କାରଣରୁ ଗତ କିଛି ଦିନ ହେବ ଦୋକାନ ବନ୍ଦ ରହିଥିଲା ତେଣୁ ଶଶୁରଘର ଗ୍ରାମର ଲିପୁନା ସ୍ବାଇଁ ନାମକ ଜଣେ ବ୍ରାଉନସୁଗର ବେପାରୀ ନିକଟକୁ ଯାଇ ସେଠାରେ ଖାଇ ସାରିବା ପରେ ଶଶୁର ଘରକୁ ଯାଇ ପୁଣି ପାଟିତୁଣ୍ଡ କରିବା ସହ ପତ୍ନୀକୁ ମାଡ଼ ମାରିଥିଲା ତେଣୁ ଶଳା ଏଥିରେ ଉତକ୍ଷିପ୍ତ ହୋଇ ଭିଣୋଇ ବାବୁ ପାଣ୍ଡକୁ ମାଡ଼ ମାରିଥିଲା।ଏଣୁ ରାଗିଯାଇ ବାବୁ ବ୍ରାହ୍ମଣ୍ଡି ଛକରେ ଥିବା ଶଳା ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଛି।ଖବର ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ମାନସିଂ ହେମ୍ରମ ଘଟଣା ସ୍ଥଳକୁ ଯାଇ ଖୋଜା ଖୋଜି କରିଥିଲେ ସୁଦ୍ଧା ବାବୁକ ନପାଇ ଫେରି ଆସିଥିଲେ।ଦିନେ ଏହି ବ୍ରାଉନସୁଗର ବେପାରରେ ସହଯୋଗ କରିଥିବା ପତ୍ନୀ ବବିନା ପଣ୍ଡା ଅନ୍ୟ ମାନଙ୍କ ସଂସାର ଭାଙ୍ଗି ଦେଉଥିଲା ତେଣୁ ନିଜ କଲା କର୍ମର ଫଳ ଭୋଗୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।

related posts

Leave a Comment