କୋକସରା(ଦେବେନ୍ଦ୍ର ସାଗର): କୋକସରା ବ୍ଲକ ଡାଲଗୁମା ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଡାଲଗୁମା ଡ୍ରାଇଭର ସଙ୍ଘ ର ଆବାହକ କ୍ରମେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଡ୍ରାଇଭର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମନାଥ ହଂସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ଡ୍ରାଇଭର ସଂଘ ଏଡ୍ମିନ ଘନଶ୍ୟାମ ବେହେରା, ମୁଖ୍ୟବକ୍ତା ଗୋଲାମୁଣ୍ଡା ବ୍ଲକ ସଭାପତି ନିର୍ମଲ ଘି ଯୋଗ ଦେଇଥିଲେ । ଅଗସ୍ତି ପ୍ରଧାନୀ, ଚିନ୍ମୟ ପଟେଲ, ଦିନେଶ ଦାସ, ଯୁବରାଜ ମୁଣ୍ଡା, ଯୁଧିଷ୍ଠି ପୋଡ, ବୃନ୍ଦାବନ ଦୁର୍ଗା, କାହ୍ନା ବାଗ, କୈଲାସ ହାତୀ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବୈଠରେ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ପରିବାରଙ୍କୁ ରକ୍ତ ଦାନ କରାଯାଉ, ୫୦ବର୍ଷ ରୁ ଉର୍ଦ୍ଧ ଡ୍ରାଇଭର ମାନଙ୍କୁ ମାସିକ ୫ହଜାର ପ୍ରୋତ୍ସାହନ ରାଶି ପ୍ରଦାନ, ସମସ୍ତ ଡ୍ରାଇଭର ଙ୍କୁ ଲାଇସନ୍ସ୍ ପ୍ରଦାନ ଭଲି ବିଭିନ୍ନ ଦାବି ନେଇ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏହି ଅବସରେ ସମସ୍ତେ ନିଶାସେବନ ରୁ ଦୂରେଇ ରହିବା ପାଇଁ ଶପଥ ପାଠ କରିଥିଲେ। ପରେ ଗତ ମାସରେ ସଡ଼କ ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ଚିକିଲି ଗ୍ରାମର ଡ୍ରାଇଭର ଯୋଗଧ୍ୟାନ ବେମାଲଙ୍କ ପରିବାର କୁ ସାକ୍ଷାତ କରି ସମବେଦନ ଜଣାଇବା ସହ ସଂଘ ପକ୍ଷରୁ କିଛି ଆର୍ଥୀକ ସହାୟତା ଯୋଗଇ ଦିଆଯାଇଥିଲା । ଡାଲଗୁମା ପଂଚାୟତ ଉପ-ସଭାପତି ଦେବେନ୍ଦ୍ର ସାଗର, ସହ ସଂପାଦକ ବିମାନ ପଟେଲ, ପ୍ରଫୁଲ ପୁଞ୍ଜି, ଦେବରାଜ ଖର୍ସେଲ, ବବୃ ବାହାନ ପୁଝାରୀ, ଗୋପାଲ କାଣ୍ଡ, ଜଗଜୀବନ ମାଝି, ନୃପ ମାଝୀ, ସତ୍ୟ ନରାୟନ କାଣ୍ଡ, ସୁଶାନ୍ତ କାଣ୍ଡ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଡ୍ରାଇଭର ମାନେ ଯୋଗ ଦେଇଥିଲେ
ଜିଲ୍ଲା ସ୍ତରୀୟ ଡ୍ରାଇଭର ସଂଘର ବୈଠକ
Share with
previous post