Home Breaking News / ତାଜା ଖବର ୭୫ତମ ସ୍ଵାଧୀନତା ଦିବସ ପାଳନ ଓ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଏବଂ ଅବଧାନଙ୍କ ପାଠଶାଳା ଉଦଘାଟନ

୭୫ତମ ସ୍ଵାଧୀନତା ଦିବସ ପାଳନ ଓ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଏବଂ ଅବଧାନଙ୍କ ପାଠଶାଳା ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ଏବଂ ଭାରତୀୟ ସଭ୍ୟତା, ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟାଳୟ ଅବଧାନଙ୍କ ପାଠଶାଳା ,ଅର୍ଦ୍ଦାଉଳିଆ ଶାଖାର ଉଦଘାଟନ କାର୍ଯ୍ୟକ୍ରମ ସହ ୭୫ତମ ସ୍ବାଧୀନତା ଦିବସ ପାଳନ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆର୍ମି ଅଫିସର ମେଜର ଚକ୍ରଧର ରାଉତ ପ୍ରଦୀପ ପ୍ରଜ୍ଵଳନସହ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଅର୍ଦ୍ଦାଉଳିଆ କୃଷକ କମିଟିର ସଭାପତି ଶ୍ରୀଯୁକ୍ତ ଅଞ୍ଜନ କୁମାର ରାଉତରାୟ, ସମ୍ମନିତ ଅତିଥି ଭାବରେ ଅର୍ଦ୍ଦାଉଳିଆ କୃଷକ କମିଟିର ସମ୍ପାଦକ ବଟକୃଷ୍ଣ ମେକାପ,ବରିଷ୍ଠ ଶିକ୍ଷାବିତ ଗୋପବନ୍ଧୁ ତ୍ରିପାଠୀ ଆଦି ଯୋଗଦାନକରି ଶିଶୁମାନଙ୍କ ଭିତରେ ଅନେକ ପ୍ରତିଭା ଭରି ରହିଥାଏ।ମାତ୍ର ତାହା ଉପଯୁକ୍ତ ପ୍ରୋତ୍ସାହନର ଅଭାବରୁ ମରି ଯାଏ।ଉପଯୁକ୍ତ ପ୍ରୋତ୍ସାହନ ସହ ବ୍ୟକ୍ତିକୁ ବ୍ୟକ୍ତି କୈନ୍ଦ୍ରିକରୁ ବିଶ୍ଵକୈନ୍ଦ୍ରିକ କରିବା ଲକ୍ଷରେ ଏହିଭଳି ଦୁଇଟି ବିଦ୍ୟାଳୟର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ମଧୁସ୍ମିତା ନାୟକ ମଞ୍ଚ ସଞ୍ଚାଳନ କରିଥିଲେ।ସଭା ଆରମ୍ଭରୁ ବନ୍ଦେ ଉତ୍କଳ ଜନନୀ ଗାନ ସହ,ସୁଶ୍ରୀ ରାଧିକା ଜେନାଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।

related posts

Leave a Comment