Home Breaking News / ତାଜା ଖବର ମିନାଝୁଲା ଶୈବପୀଠର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଲା ବିଶ୍ୱ ହିନ୍ଦୁପରିଷଦ

ମିନାଝୁଲା ଶୈବପୀଠର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଲା ବିଶ୍ୱ ହିନ୍ଦୁପରିଷଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଶୈବପୀଠ ମିନାଝୁଲା ର ସାମଗ୍ରିକ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ବିଶ୍ୱ ହିନ୍ଦୁ ପରିଷଦ। ଜିଲ୍ଲାର ମଠ ମନ୍ଦିର ଧାର୍ମିକ ସ୍ଥଳୀ ମାନଙ୍କ ବିକାଶ ପାଇଁ ସଂଘର ବିବିଧ କ୍ଷେତ୍ର ମଧ୍ୟରୁ ବିଶ୍ୱ ହିନ୍ଦୁ ପରିଷଦ କୁ ଭାରତର ସମସ୍ତ ହିନ୍ଦୁ ଧାର୍ମିକ ସ୍ଥଳର ସୁରକ୍ଷା ସାମଗ୍ରିକ ଉନତି ପାଇଁ ଦାଇତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲାର ଦୁର୍ଗମ ବନ ପାହାଡ଼ ଘେରା ଚନ୍ଦ୍ରପୁର ବ୍ଲକ ର ସୀମାନ୍ତରେ ଥିବା ହନୁମନ୍ତ ପୁର ପଂଚାୟତର ନଦୀ ତଟରେ ଅବସ୍ତିତ ଶୈବପୀଠ ମିନଝୁଲାର ସର୍ବାଙ୍ଗୀନ ଉନତି କରିବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପୀଠ ପୁର ପଲିରେ ବିଖ୍ୟାତ ଥିବା ବେଳେ ମହାସିବ ରାତ୍ରକୁ ହଜାର ହଜାର ଭକ୍ତ ନିଜ ନିଜ ର ମାନସିକ ପୂର୍ଣକରିବା ପାଇଁ ମାନସିଥିବା ଭୋଗ ଉପଚାର ଧରି ଆସିଥାନ୍ତି। ଏହି ପୀଠ ରାଜା ମହାରାଜାଙ୍କ ଅମଳରୁ ଅବହେଳିତ ହୋଇ ପଡି ରହିଥିବା ହେତୁ ଏହାର ପ୍ରଚାର ପ୍ରସାର ହୋଇ ପାରୁନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମତ। ଏହାର ବିଶେଷତ୍ୱ ଏହିକିଯେ ଏହି ମହାଦେବ ଅପୁତ୍ରିକକୁ ପୁତ୍ର ସନ୍ତାନ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ହଜାର ଭକ୍ତ ଏହି ପୀଠକୁ ଆସି ନିଜ ନିଜର ମାନସିକ ପୂରଣ ପାଇଁ ଓଳାଗି ହେଇଥାନ୍ତି। ଏହାର ଅଲୌକିକ ଶକ୍ତି ଓ ଏହାର ସବୁଜିମା ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ବହୁ ଲୋକଙ୍କ ର ଇଚ୍ଛା ଥିଲେ ସୁଦ୍ଧା ଏଠି କିଛି ମୌଳିକ ସୁବିଧା ନଥିବା କାରଣରୁ ଏଠାକୁ ପର୍ଯ୍ୟଟକ ଆସିବାରେ ମୁହଁ ଫେରୁଛନ୍ତି। ତେଣୁ ଗତ ବର୍ଷ ରାମ ନିଧି ସଂଗ୍ରହ ନିମନ୍ତେ ଭିଶ୍ବହିନ୍ଦୁ ପରିଷଦ ର ସଭାପତି ରାଜେନ୍ଦ୍ର ସାହୁ ଏବଂ ସନ୍ଥ ଯୋଗୀଶ୍ରୀ ଚୈତନ୍ୟ ରାମ ଏହି ଅଞ୍ଚଳକୁ ଯାଇଥିଲେ ଏହା ଦେଖି ଏହାର ବିକାଶ କରିବାପାଇଁ ନୂତନଭାବେ ଦୀକ୍ଷିତ ହୋଇଥିବା ସନ୍ୟାସୀ ଜନକା ନନ୍ଦ ଗିରୀଙ୍କୁ ଅବସ୍ଥାପିତ କରି ସ୍ଥାନୀୟ ସହଯୋଗରେ ଉନତି କରିବାପାଇଁ ମନସ୍ତ କରିଥିଲେ। ଏହି ସମୟ ମଧ୍ୟରେ ଦୁଇ ତିନି ଥର ସାମୟିକ ବୈଠକ ବସିଥିଲେ। କିନ୍ତ ଏହି ବୈଠକରେ ଅଂଚଳର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ କି ଏହାର ବିକାଶ କରାଯିବ। ଆବାହକ ଜନକା ନନ୍ଦ ଗିରୀଙ୍କ ଆୟୋଜନ କ୍ରମେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସଂମାନନୀୟ ଅତିଥି ଯୋଗୀଶ୍ରୀ ଏବଂ ରାଜେନ୍ଦ୍ର ସାହୁ ସଭାର ମୁଖ୍ୟ ଅତିଥି ହନୁମନ୍ତ ପୁର ଗ୍ରାମ ପଂଚାୟତର ସରପଞ୍ଚ ମୁନି ଶବର ଗଣାପତି ପଥୀ ସାହିତ୍ୟିକ କୁନା ବେହେରା କୁନା ସାହୁ ସତ୍ୟ ମଳି, ବି ନାଗା ପଦ୍ମନ ସୁବାଷ ପ୍ରଫୁଲ ସୋମି ରଘୁ ମିଶ୍ର ବିରାଟ ସତ୍ୟବ୍ରତ ପଣ୍ଡାସୁଶିଳା ନାମଚାର୍ୟ ସତ୍ୟ ପାଣିଗ୍ରାହୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।

related posts

Leave a Comment