Home Breaking News / ତାଜା ଖବର ୟୁଥ ଫର ନେସନ ତରଫରୁ ରନ୍ ଫର୍ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ୟୁଥ ଫର ନେସନ ତରଫରୁ ରନ୍ ଫର୍ ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର: ଆଜିସ୍ବାଧିନତା ଦିବସ ଅବସର ରେ ବାସୁଦେବପୁର youth for nation ତରଫରୁ run for triranga କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଫକୀର ମୋହନ ସ୍ଵଂୟଶାସିତ ମହା ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମୁରଲୀଧର ସାହୁ ଉଦ୍ଘାଟନ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ କାର୍ଯ୍ୟକର୍ତ୍ତା ତଥା ଜଣେ ସଫଳ ଚାଷୀ ଭାବେ ପରିଚିତ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ଯୋଗ ଦେଇ ଥିଲେ | ଏହା ସହ ବିଦ୍ୟାର୍ଥୀ ପରିଷଦର ଅନ୍ୟତମ ପୂର୍ବତନ କାର୍ଯ୍ୟକର୍ତ୍ତା ସୁରଦିପ ମାହୁନ୍ତ ଭାଇ ଯୋଗ ଦେବା ସହ ଯୁବକଙ୍କ ଲକ୍ଷ୍ୟ ଏବଂ ଭୂମିକା ଉପରେ ଅଭିଭାଷଣ ରଖିଥିଲେ । ଜଣେ ସୁଶିକ୍ଷକ ଓ ସମାଜ ସେବୀ ଭାବେ ଶ୍ରୀଯୁକ୍ତ ରମେଶଚନ୍ଦ୍ର ବେହେରା ବିଦ୍ୟାର୍ଥି ମାନଙ୍କୁ ଏକ ଉତ୍ତମ ଚରିତ୍ର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ମନ୍ଦାରୀ ଠାରୁ ଆରମ୍ଭ ହୋଇ ବାସୁଦେବପୁର ଟାଉନ ହଲ ଠାରେ ଶେଷ ହୋଇଥିଲା, ଏଥିରେ 60 ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଚାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପ୍ରକାଶ ଚନ୍ଦ୍ର ବେହେରାସଭା ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। Youth for Nation ତରଫରୁ କାହୁଁ ଚରଣ ଦଳାଇ, ଦିଲ୍ଲୀପ କୁମାର ଜେନା ଏବଂ ଜଗବନ୍ଧୁ ସାହୁ ପ୍ରମୁଖ ଦାୟିତ୍ଵ ତୁଲାଇବା ସହ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

related posts

Leave a Comment