Home Breaking News ୭୫ତମ ସ୍ବାଧିନତା ଦିବସ ପର୍ଲା ଶିଶୁ ବିଦ୍ୟାମନ୍ଦିର ଠାରେ ପାଳିତ ହୋଇଛି

୭୫ତମ ସ୍ବାଧିନତା ଦିବସ ପର୍ଲା ଶିଶୁ ବିଦ୍ୟାମନ୍ଦିର ଠାରେ ପାଳିତ ହୋଇଛି

by Times One Odia
Share with
     
 
 
   

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ସରକାରଙ୍କ କୋଭିଡ ନିୟମ ପାଳନ କରି ବିଦ୍ୟାଳୟ ପରିଚାଳନା କମିଟି ଓ ଆଚାର୍ଯ୍ୟ/ ଆଚାର୍ଯ୍ୟା ଙ୍କୁ ନେଇ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଶିଶୁମନ୍ଦିର ପରିଚାଳନା ସଭାପତି ଶ୍ରୀଯୁକ୍ତ ହୃଷିକେଶ ସାହୁ ଯୋଗ ଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦେଇ ନାରିକେଲ ଭାଙ୍ଗି ପତକା ଉତ୍ତୋଳନ କରିଥିଲେ ଓ ସ୍ୱାଧୀନତା ଦିବସ ଉପରେ ତଥା ମହାପୁରୁଷ ମାନଙ୍କ ଜୀବନୀ ଉପରେ ବକୃତା ଦେଇଥିଲେ । ଶିଶୁମନ୍ଦିର ଗୁରୁମା ସସ୍ମିତା ଦାସ, ଦୀପାଞ୍ଜଳି ବାରିକ ଜାତୀୟ ସଙ୍ଗୀତ ଗାନ କରିଥଲେ ଓ ମହାପୁରୁଷ ମାନଙ୍କ ସ୍ଲୋଗାନ ଦେଇ ଥିଲେ । ଶିଶୁମନ୍ଦିର ପ୍ରଧାନାଚାର୍ଯ୍ୟ ସୁଧୀର ଗୋପାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଶୁମନ୍ଦିର ପରିଚାଳନା ସଂପାଦକ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

related posts

Leave a Comment