Share with
ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ସ୍କୁଟିରେ ଯାଉଥିବା ଦମ୍ପତି ସ୍କୁଟି ଚକ ଫାଟିଯିବାରୁ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଉଭୟ ସ୍ୱାମୀ ସ୍ତ୍ରୀ ସ୍କୁଟି ରେ ବସ୍ତା ଥାନା ଅନ୍ତର୍ଗତ ଝିଞ୍ଜିପୁରା ଗାଁ ଘରୁ ନିଜ ଘର ବେତନଟୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଙ୍କୁ ରାସଗୋବିନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ସ୍ତ୍ରୀ ସୁଭଦ୍ରା କର ଙ୍କ ମୃତ୍ୟ ହୋଇଥିବା ବେଳେ ସ୍ୱାମୀ ରବୀନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି। ତେବେ ତାଙ୍କ ଘର ବେତନଟୀ ଥାନା ଭଗବଟି ଗ୍ରାମରେ ବୋଲି ଜଣାପଡିଛି। ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।