Home Breaking News ସମାଜସେବା ଓ ଶିକ୍ଷକତା କରିବାପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଶନ୍ତୋଷ କୁମାର ଭୋଇ: ବ୍ଳକ ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ

ସମାଜସେବା ଓ ଶିକ୍ଷକତା କରିବାପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଶନ୍ତୋଷ କୁମାର ଭୋଇ: ବ୍ଳକ ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ

by Times One Odia
Share with
     
 
 
   

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ସନ୍ତୋଷ କୁମାର ଭୋଇ । ରବିବାର ପବିତ୍ର ସ୍ବାଧୀନତା ଦିବସରେ ମଧ୍ୟାହ୍ନ ୧୨ଟାରେ ଅଣ୍ଣପୁର୍ଣ୍ଣା ରେସିଡେନସି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କରି ସମସ୍ତଙ୍କୁ ଚକିତ କଲାଭଳିଆ ଏହି ଘଟଣାରେ କରିଛନ୍ତି । ସେ ତାଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ମୁଁ ଜଣେ ଶିକ୍ଷକ ଭାବରେ ୧୭ ହଜାର ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଇଛି । ଏହାସହିତ ଗରିବ ନିଃସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ନିଜସ୍ଵ ଉଦ୍ୟମରେ ଅଣ୍ଣପୁଣ୍ଣା ଆହାର ଯୋଜନା ମାଧ୍ୟମରେ ମାଗଣାରେ ଗୋଟିଏ ଓଳି ରନ୍ଧା ଖାଦ୍ୟ ଯୋଗାଇ ଆସୁଥିଲେ । ଏହା ପରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଜଣେ ଯୁବ ବ୍ଳକ ଅଧ୍ୟକ୍ଷ ଭାବରେ ବେସ୍ ପ୍ରଶଂସନୀୟ ହୋଇ ପାରିଥିଲେ । ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେପି ସଭାପତି ଭାବରେ ଅନେକ ଆନ୍ଦୋଳନ କରିବାରେ ସଫଳତା ହାସଲ କରିଥିଲେ । ଆଜି ବି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବରେ ପତାକା ଉତ୍ତୋଳନ କରିଥିଲେ । ଏହାସହିତ ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ଗଣଦୈ।ଡ଼ ମଧ୍ୟ କରାଇଥିଲେ । ଏସମସ୍ତ କାର୍ଯ୍ୟ ସାରି ହଠାତ୍ ସାମ୍ବାଦିକ ସମ୍ମିଳନୀ କରି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ଇସ୍ତଫା ପ୍ରଦାନ କଥା ଘୋଷଣା କରିଥିବାରୁ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଉ ଏକ ବଡ଼ କଥା କହିଛନ୍ତି ରାଜ୍ୟରେ ରାଜ୍ୟ ନେତା ମାନଙ୍କ ଅପେକ୍ଷା ପ୍ରାସାସନିକ ଅଧିକାରୀ ଅଧିକ ପ୍ରଭାବ ସାଳି । ସିଧା ଭାବରେ ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହା ସହିତ ଭାରତୀୟ ଜନତା ପାର୍ଟି ମୋତେ ଜିଲ୍ଲା ଯୁବ ସଭାପତି ଭାବରେ ଏକ ଗୁରୁ ଦାଇତ୍ୱ ଦେଇଛି । ଏଣୁ ଏହା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଁ ଇସ୍ତଫା ପ୍ରଦାନ କରିବା ଘୋଷଣା କରିବି ନାହିଁ ।ଦଳର ଜଣେ ସୃଙ୍ଖଳିତ ସଦଶ୍ୟ ଭାବରେ ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ମାନଙ୍କୁ ସାକ୍ଷାତ କରି ମୋର ମତାମତ ଜଣାଇବି ବୋଲି କହିଛନ୍ତି । ଏହା ସହିତ ଆଗାମୀ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନରେ କୈାଣସି ପଦ ପଦବିପାଇ ପ୍ରଦିଦ୍ବନ୍ଦିତା କରିବି ନାହିଁ ବୋଲି କହିଛନ୍ତି ।

related posts

Leave a Comment