Share with
ବାସୁଦେବପୁର ଠାରେ ଥିବା ଶୁଭ ଲକ୍ଷ୍ମୀ ଶିକ୍ଷା ଅନୁଷ୍ଠାନ ତରଫ ରୁ ପତାକା ଉତ୍ତୋଳନ କରିବା ସହ ଗାଁ ରାସ୍ତା ମରାମତି ଓ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ କରାଯାଇଛି। ବୃକ୍ଷ ହିଁ ଜୀବନ , ସମସ୍ତେ ନିଜ ନିଜ ଘରେ ଦୁଇ ଟି ଲେଖା ଗଛ ଲଗାନ୍ତୁ ଉଚିତ୍ ଯତ୍ନ ନେଇ ତାକୁ ବଡ଼ କରନ୍ତୁ ବୋଲି ଆଜି ର କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଚୌଧୁରୀ ସତ୍ୟ ନାରାୟଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ କୁ ବାର୍ତ୍ତା ଦେଇ ଥିଲେ। ଅନୁଷ୍ଠାନ ର ମୁଖ୍ୟ ପ୍ରତାପ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ରେ ସଦସ୍ୟ ବସନ୍ତ କୁମାର ରଣା, ନିରୁପମା ଦାସ, ବିକାଶ ମହାନ୍ତି, ମନୋରଞ୍ଜନ ସାହୁ, ରଞ୍ଜିତ ରାଉତ ଙ୍କ ସହ ଅମିତ ମହାନ୍ତି, ଭଗବାନ ରଣା, ତପନ ବିଶ୍ଵାଳ, ସମ୍ବିତ ନାୟକ, ଅମର ନାୟକ, ସତ୍ୟ ସାହୁ, ବଳରାମ ସାହୁ ଉପସ୍ଥିତ ରହି ରାସ୍ତା ମରାମତି, ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟ କର୍ମ କରିଥିଲେ।