Home Breaking News / ତାଜା ଖବର ରାଇକିଆ ନାଗରିକ ମଞ୍ଚ ଏବଂ ବିଭିନ୍ନ ଅନୁଷ୍ଠାନରେ ୭୫ତମ ସ୍ଵାଧୀନତା ଦିବସ ପାଳନ

ରାଇକିଆ ନାଗରିକ ମଞ୍ଚ ଏବଂ ବିଭିନ୍ନ ଅନୁଷ୍ଠାନରେ ୭୫ତମ ସ୍ଵାଧୀନତା ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କରୋନା କଟକଣା ମଧ୍ୟରେ ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ୭୫ ତମ ସ୍ବାଧିନତା ଦିବସ ରବିବାର କାର୍ଯ୍ୟଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଧର ଦାସ ଯୋଗଦେଇ ପବିତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।ମଞ୍ଚ ପକ୍ଷରୁ ଅତିଥି ଶ୍ରୀ ଦାସଙ୍କୁ ଫୁଲତୋଡ଼ା, ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା,ଉପସଭାପତି ରଜତ କୁମାର ନାୟକ, କୋଷାଧ୍ୟକ୍ଷ ସିମାଞ୍ଚଳ ଦିଗାଳ, ସମ୍ପାଦକ ମାନେଶ୍ୱର ଦିଗାଳ,ଉପଦେଷ୍ଟା ନଳିନୀ କାନ୍ତ ନାୟକ, ଗୀତାଞ୍ଜଳି ନାୟକଙ୍କ ସହ ଅନ୍ୟ ସଦସ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚର ଉପଦେଷ୍ଟା ଦୁର୍ଯୋଧନ ଲେଙ୍କାଙ୍କ ପରିବାର ପକ୍ଷରୁ ରାଇକିଆ ପଞ୍ଚାୟତରେ କାର୍ଯ୍ୟରତ ଉଭୟ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଆଫରନ୍ ସହ ଶାଢ଼ୀ ବଣ୍ଟନ ଅତିଥିଙ୍କ ଦ୍ବାରା କରାଯାଇଥିଲା। ଏଥିରେ ମଞ୍ଚର ସହୋଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।ଏହି ସଫେଇ କର୍ମଚାରୀ ସହରକୁ ପରିସ୍କାର ପରିଛନ୍ନତା ରଖୁଛନ୍ତି।
ସେହିପରି ରାଇକିଆ ସମିତି କାର୍ଯ୍ୟାଳୟ ପରିସରରେ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ ପତକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସ୍ମରଣିକା ଟୁଲୋଙ୍କ ସହ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବ୍ଲକ୍ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସେଣ୍ଟ କାଥାରିନ ବିଦ୍ୟାଳୟ,ବିଜୟ ହାଇସ୍କୁଲ, ସହୀଦ ଚନ୍ଦକାନ୍ତ ପ୍ରଧାନଙ୍କ ଜନ୍ମ ସ୍ଥାନ,ଆମ ପରିବାର ପରିଷଦ,ଅଟୋ ଚାଳକ ସଂଘ,ମଟର ଚାଳକ ସଂଘ ସହ ବ୍ଲକ୍ ର ଦୁର୍ଗମ ଅଞ୍ଚଳ ରଣବା ,କରଡା,ବଡବାରବା, ଇନ୍ଦ୍ରଗଡ ପଞ୍ଚାୟତ କାର୍ଯ୍ୟାଳୟ ରେ ମଧ୍ୟ ୭୫ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।

related posts

Leave a Comment