ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘ ର ନିର୍ମାଣ ଧିନ କୋଠା ସମ୍ମୁଖଠାରେ ସ୍ବଧିନତା ଦିବସ ସଭାପତି ଅକ୍ଷୟ କୁମାର ପୂଜାହାରୀ ଙ୍କଅଧକ୍ଷତାରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିନିକା ଵ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟ ଅତିଥିଯୋଗ ଭାବରେ ଯୋଗଦାନ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ହେଉଛନ୍ତି ଚତୁର୍ଥ ନୟନ , ଆପଣ ମାନେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ବିଭିନ୍ନ କର୍ମଚାରୀ ଓ ଆମ୍ଭମାନେ ମଧ୍ୟ ବିଭିନ୍ନ ଲୋକଙ୍କ ସୁବିଧା ଅସୁବିଧା ପ୍ରକାଶ ନହେଲେ ସେ ବିଷୟରେ ଅବଗତ ହୋଇ ସହଯୋଗ ର ହାତ ବଡାଇଥାଉ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିନିକା ଵିଡିଓ ବ୍ୟାସଦେବ ବେହେରା, ବିନିକା ଏନ୍ ଏ ସି କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ କୁମାର ରଥ, ବିନିକା ଥାନା ଆଇଆଇସି ପବିତ୍ର ସାହୁ , ଶିକ୍ଷା ବିତ ପ୍ରମୋଦ କୁମାର ପଣ୍ଡା, ବିନିକା ଵିଏସଏସଓ ଅଶ୍ଵିନୀ ପାଣ୍ଡେ, ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧିରେନ୍ଦ୍ର ନାୟକ, ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ ,ସିଡିପିଓ ଲକ୍ଷ୍ମୀ ମିଶ୍ର ,ଆତ୍ମା ସଭାପତି ପ୍ରତାପ ଚନ୍ଦ , ଵିନୋଦ ବିହାରି ନାଏକ, ଗରିବ ସାଲିମା ,ପ୍ରଦିପ ବାଗ, ସମେତ ସାମ୍ବାଦିକ ସଙ୍ଘ ସମସ୍ତ ସଦସ୍ୟ ଉପସ୍ତିତ ଥିଲେ । ସଂଘ ଅଫିସ ବିଅରର ନରସିଂହ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।