Home Breaking News କଙ୍କଡାହାଡ଼ ବ୍ଲକରେ ବିଧାୟକଙ୍କ ମାରାଥାନ ପ୍ରକଳ୍ପ ଶୁଭ ଉଦଘାଟନ

କଙ୍କଡାହାଡ଼ ବ୍ଲକରେ ବିଧାୟକଙ୍କ ମାରାଥାନ ପ୍ରକଳ୍ପ ଶୁଭ ଉଦଘାଟନ

by Times One Odia
Share with
     
 
 
   

କଙ୍କଡ଼ାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ ରେ ଆଜି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥାନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ପୂର୍ତ୍ତ ବିଭାଗ ଦ୍ଵାରା କଙ୍କଡାହାଡ଼ ବାଇପାସ ରାସ୍ତା ଓ ରାମିଆଳ ନଦୀ ଉପରେ ନିର୍ମିତ ସେତୁ ନିର୍ମାଣ ର ଶୁଭ ଉଦଘାଟନ କରିଥିଲେ ।ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଗ୍ରାମୀଣ ଉଦ୍ୟାନ ର ଶୁଭ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।କଙ୍କଡାହାଡ଼ ଗାନ୍ଧୀ ଛକ ଠାରେ ଯାତ୍ରୀ ମାନଙ୍କ ପାଇଁ ଯାତ୍ରୀ ବିଶ୍ରାମ ଗାର ଶୁଭ ଉଦଘାଟନ ଓ କଙ୍କଡାହାଡ଼ ଗାନ୍ଧୀ ଛକ ଠାରେ ସୁଲଭ ଶୌଚାଳୟ ଶୁଭ ଉଦଘାଟନ କରିଥିଲେ ।ରାମିଆଳ ନଦୀ ଉପରେ ସେତୁ ନିର୍ମାଣ ହେବା ଦ୍ୱାରା କଙ୍କଡାହାଡ଼ ବ୍ଲକ ସହିତ କାମାକ୍ଷାନଗର ଉପଖଣ୍ଡ ସହିତ ଯୋଗାଯୋଗ ସୁଗମ ହେଇ ପାରିଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ।ସେହି ପରି ଯାତ୍ରୀ ବିଶ୍ରାମ ଗାର ହେବା ଦ୍ୱରା ଯାତ୍ରୀ ଯାତ୍ରୀ ମାନଙ୍କ ବହୁତ ଦିନର ଦାବି ପୂରଣ ହେଇ ଥିବାରୁ ଯାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।କଙ୍କଡାହାଡ଼ ବ୍ଲକ ସଦର ମହକୁମା କୁ ପ୍ରତିଦିନ ସହ ସହ ଲୋକ ବିଭିନ୍ନ କାର୍ୟ୍ଯ ରେ ଆସୁଥିବାରୁ ଏକ ସୁଲଭ ଶୌଚାଳୟ ର ଆବଶ୍ୟକତା ଥିଲା । ସଂମାନିତ ଅତିଥି ଭାବେ କଙ୍କଡାହାଡ଼ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ, ଗୋଷ୍ଟିଉନ୍ନୟନ ଅଧିକାରୀ ବୁଲ ବୁଲ ବେହେରା ଉପସ୍ଥିତ ଥିଲେ ।

related posts

Leave a Comment