Home Breaking News / ତାଜା ଖବର ସୁଭଦ୍ରାକୁ ପାଇ ଜଗା ଖୁସି

ସୁଭଦ୍ରାକୁ ପାଇ ଜଗା ଖୁସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଜଗାଏବେ ଖୁସିରେ ଗଦଗଦ । କାଳିଆ କୁ ହରାଇ ଗତ ବର୍ଷେ ହେଲା ନିଃସଙ୍ଗ ହୋଇ ପଡିଥିବା ଜଗାବେଶ ଚଳଚଞ୍ଚଳ ହୋଇପଡିଛି । ଭଉଣୀକୁ ଗେଲ କରୁଛି,କୋଳେଇ ଧରୁଛି. ପାଖରେ ବସି ଦେଖୁଛି । ନ କହିଲେ ବି ଦେଖିଲେ ତାର ଭଲ ପାଇବା ବାରିହୋଇ ପଡୁଛି।
ଗତ ସପ୍ତାହେ ହେଲେ ଜଗ।ପାଇଛି ସାନ ଭଉଣୀ ସୁଭଦ୍ରା କୁ ।
କେବଳ ଜଗା ନୁହେଁ ମା ପୁଷ୍ପାଞଳୀ କହଁର ଓ ବାପା ଭୂୟାଁ କହଁର ମଧ୍ୟ ଖୁବ୍ ଖୁସି ଅଛନ୍ତି ।
କନ୍ୟା ସନ୍ତାନ ଜନ୍ମ ପରେ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକମିଲୁପଦର ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ସରକାର ସମସ୍ତ ଖର୍ଚ ବହନ କରି ଚିକିତ୍ସା ଦାୟୀତ୍ଵ ନେଇଥିଲେ । ଦିଲ୍ଲି ଏମସରେ ଅପରେସନ କରି ଯୋଡ଼ାମୁଣ୍ଡ ଅଲଗା କରାଯାଇଥିଲା । ଦିଲ୍ଲି ଏମସ ରେ ଅନେକ ଦିନ ରହିବା ପରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଥିଲ। ସେଠାରେ କାଳିଆର ମୃତ୍ୟୁ ହୋଇଥିଲା ।
ତେବେ ଜଗା ସୁସ୍ଥ ଥିବାରୁ ତାକୁ ଗତ ୩ ମାସ ତଳେ ଫୁଲ ବାଣୀ ଡାକ୍ତରଖାନା ର ଏକ ସ୍ଵତନ୍ତ୍ର କୋଠରୀରେ ରଖାଯାଇଛି । ହେଲେ ଏକୁଟିଆ ଥିବା ଜଗାତାର ଭାଇ କାଳିଆ କୁ ସିନା ହରାଇଛି କିନ୍ତୁ ଏବେ ପାଇଛି ଭଉଣୀ କୁ ।
ଜଗା ବି ଏବେ ସୁସ୍ଥ ଅଛି।
ସେହିପରି କାଳିଆ କୁ କରାଇଛୁ ସତ କିନ୍ତୁ ଭଗବାନଙ୍କ କୃପାରୁ ଆମେ ଜଗା ପାଇଁ ସୁଭଦ୍ରା ଟିଏ ପାଇ ବେଶ ଖୁସି ଅନୁଭବ କରୁଥିବା କଥା ସଂଯୁକ୍ତ । ଓ ଭୁୟାଁ କହିଛନ୍ତି ।

related posts

Leave a Comment