Home Breaking News / ତାଜା ଖବର ସ୍ବର୍ଗତ ବିଦ୍ୟାଧର ବେମାଲଙ୍କ ଦଶାହ ଦିବସରେ ଶୋକସଭା

ସ୍ବର୍ଗତ ବିଦ୍ୟାଧର ବେମାଲଙ୍କ ଦଶାହ ଦିବସରେ ଶୋକସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): ବିଶିଷ୍ଟ ସମାଜ ସେବୀ ବିଦ୍ୟାଧର ବେମାଲ ଙ୍କ ଗତ 03/08/21 ତାରିଖ ଦିନ ଅସୁସ୍ଥ ଯୋଗୁଁ ଦେହାନ୍ତ ହୋଇଯାଇଛି l ସ୍ବର୍ଗତ ବେମାଲ ଙ୍କ ଜନ୍ମସ୍ଥାନ କୋକସରା ବ୍ଲକ ଚିଲିଗୁଡା ଗ୍ରାମ l ଏ ଅସମୟରେ ତାଙ୍କ ବିୟୋଗ ଯୋଗୁଁ ଅଞ୍ଚଳ ବାସୀ ତଥା ପରିବାର ବର୍ଗ ଶୋକାକୁଳ ପରିବେଶ ରେ ଅଛନ୍ତି l

ସରକାର ଙ୍କ ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରି ଗତ 2011 ମସିହାରେ ଅବସର ନେଇଥିବା ସ୍ବର୍ଗତ ବେମାଲ ଜଣେ ମିଷ୍ଟ ଭାଷୀ, ସମାଜ ପ୍ରେମୀ,ମେଳାପୀ,ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହୋଇ ସମାଜ ସେବାରେ ମନୋଭାବ ରଖୁଥିଲେ l

ଯାଦବ ସମାଜ ର ଜଣେ ସୁସଙ୍ଗଠକ ଭାବରେ କାର୍ଯ୍ୟ କରି ସମାଜ ର ଉନ୍ନତି ଦିଗରେ ସର୍ବଦା ଚେଷ୍ଟିତ ଥିଲେ l ଆଜି ତାଙ୍କ ଦଶାହ କାର୍ଯ୍ୟ ରେ କୋକସରା ବ୍ଲକ ଯାଦବ ସଭାପତି ବିନୋଦ ରାଉତ, ସମ୍ପାଦକ ଅଲେଖ ଗୋପାଳ, ଧନସିଂ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସଭାପତି ଗିରିଧାରୀ ତେଜି, ଜିଲ୍ଲା ଯୁବ ଯାଦବ ସମ୍ପାଦକ ଲିଙ୍ଗରାଜ ବେହେରା, ଉପ ସଭାପତି ଡାକେଶ୍ୱର ଲହଜଳ, କୋକସରା ବ୍ଲକ ଯୁବ ଯାଦବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସମ୍ପାଦକ ଗୌରାଙ୍ଗ ନାଗ, ଧର୍ମଗଡ଼ ଯୁବ ଯାଦବ ସଭାପତି ଲବଣି ରାଉତ, ମୋହିତ ରାଉତ ଙ୍କ ସହ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇ ଥିଲେ l

related posts

Leave a Comment