Home Breaking News / ତାଜା ଖବର ଟିମ ହ୍ୟୁ ମାନୀଟି ସ୍ନେକ ହେଲ୍ପ ଲାଇନ ଦ୍ୱାରା ୪ ଟିସାପ ଉଦ୍ଧାର

ଟିମ ହ୍ୟୁ ମାନୀଟି ସ୍ନେକ ହେଲ୍ପ ଲାଇନ ଦ୍ୱାରା ୪ ଟିସାପ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ର ଟିମ ହ୍ୟୁମାନୀଟି ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଖଜୁରୀପଡା ବ୍ଲକ ମୂଳ ଗୁଦାରୀ ର ଶମ୍ବ ପାଣି ଡିଗଲ ଙ୍କ ଘରୁ ଏକ ବିଷଧର ସାପ ଉଦ୍ଧାର କରିଛନ୍ତି l ସାପ ଟି ଘରେ ପଶି ଥିବା ଦେଖି ଘର ଲୋକେ ସମ୍ପୂର୍ଣ ଭୟଭିତ ହୋଇପଡିଥିଲେ l ସାପ ଟିକୁ ଘଉଡାଇବା ଲାଗି ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଭି ଲୋକନାଥ ରାଜୁ ଙ୍କୁ ଫୋନଯୋଗେ ଜଣାଇ ଥିଲେ l
ଲୋକନାଥଙ୍କଠାରୁ ଖବର ପାଇ ସଂଗେ ସଂଗେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାଇରାମ ପାତ୍ର. ଓ ବିକ୍ରମପାତ୍ର ଶମ୍ବ ପାଣିଙ୍କ ଘରେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ସହର ଠୁ ଦୁର ନିକଟସ୍ଥ ଜଙ୍ଗଲରେ ଛାଡ଼ି ଥିଲେ l ଫଳରେ ଶମ୍ବ ପାଣୀ ଓ ପରିବାର ଲୋକେ ସାପ ଉଦ୍ଧାର କରିଥିବା ସଦସ୍ୟ ଦୁଇଜଣ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି lସେହିପରି ଫୁଲ ବାଣୀ ସହରର ଜଳସେଚନ କଲୋନୀର ଜଗବନ୍ଧୁ ପ୍ରଧାନଙ୍କ ଘରୁ ମଧ୍ଯ ୨ଟି ବିଷଧର ସାପ ଉଦ୍ଧାର କରିବା ସହ ଲକ୍ଷ୍ମୀମା 6ର୍କଟରୁ ଗୋଟିଏ ସାପ ଏହିପରି ଶୁକ୍ରବାର ୪ଟି ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି ।
ଫୁଲ ବାଣୀ ସହର ନିକଟକୁ ଲାଗି ଜଙ୍ଗଲ ଥିବାରୁ ସାପମାନେ ବହୁ ସଂଖ୍ୟାରେ ଖାଦ୍ୟ ଅନ୍ୱେଷଣରେ ଘରେ ପଶି ଯାଉଥିବା ଜଣାପଡିଛି । ତେବେ ସାପ ଉଦ୍ଧାର କରିବା ଦିଗରେ ଟିମ ହ୍ୟମାନିଟି ସ୍ନେକ ହେଲପଲାଇନ ସଦସ୍ୟମାନଙ୍କ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶସାଂକରାଯାଇଛି ।

related posts

Leave a Comment