Home Breaking News କରୋନା ସମୟରେ କାକଟପୁର ପୋଲିସର ମହତ କାମ

କରୋନା ସମୟରେ କାକଟପୁର ପୋଲିସର ମହତ କାମ

by Times One Odia
Share with
     
 
 
   

ଅସ୍ତରଙ୍ଗ(ପ୍ରସନ ଜେନା): କରୋନା ମହାମାରୀ ସମୟରେ ସାରା ଦେଶ ଏକ ସ୍ୱାସ୍ଥ୍ୟ ସେବା କୁ ଚାଲେଞ୍ଜ ଦେଇ ଚାଲୁଛି l ଏହି ସମୟରେ ରକ୍ତ ଅଭାବ ଅନ୍ୟ ରୋଗୀ ମାନଙ୍କ ଦୁଃଖ ଦୁଇ ଗୁଣିତ କରିଛି lଠିକ ଏହି ସମୟରେ ପୁରୀ ପୋଲିସ ଓ ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସମଗ୍ର ଦେଶରେ ଥାଲାସେମିୟା ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲ ରେ ରକ୍ତର ଅଭାବ ଏକ ସମସ୍ୟା ଭାବେ ଉଭା ହୋଇଛିl ଏହାକୁ ଦୃଷ୍ଟିରେ ରଖି କାକଟପୁର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଏଥିରେ ବିଭିନ୍ନ ବର୍ଗର ଯୁବପିଢ଼ି ରକ୍ତଦାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ପୁରୀ ଅତିରିକ୍ତଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଏସଡିପିଓ ଦେବାଶିଷ ମିଶ୍ର, କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, କାକଟପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତି ରଞ୍ଜନ ଏବଂ ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ସାହୁ, ସହ ବହୁଅତିଥି ଉପସ୍ଥିତ ଥିଲେ | ହସ୍ପିଟାଲ ମାନଙ୍କ ରେ ରକ୍ତର ଅଭାବ କୁ କିଛି ମାତ୍ରାରେ କମାଇବାକୁ ପ୍ରୟାସ କରାଯାଇଛି. ଆଗାମୀ ଦିନରେ ଏହି ରକ୍ତଦାନ ଅଭିଯାନ ଚାଲୁରହିବ | ଆଜି ଏହି ରକ୍ତ ଦାନ ଶିବିର ସହ ଥାନା ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା | ଅନ୍ୟପଟରେ ରୋଗୀ ସେବା ସହ ରକ୍ତଦାନ ଶିବିର କରିବା ଦ୍ଵାରା ପୋଲିସ ଲୋକ ମାନଙ୍କ ନିକଟ ତର ହେଇପାରିବ ବୋଲି ମଧ୍ୟ୍ୟ କହିଛନ୍ତି iic ସୁଶାନ୍ତ ସାହୁ l

related posts

Leave a Comment