Home Breaking News / ତାଜା ଖବର ଅଟାରି ସୀମାରେ ଭାରତୀୟ ସେନାକୁ ମିଠାଇ ଦେଲେ ପାକ୍ ରେଂଜର୍ସ

ଅଟାରି ସୀମାରେ ଭାରତୀୟ ସେନାକୁ ମିଠାଇ ଦେଲେ ପାକ୍ ରେଂଜର୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ଅଗଷ୍ଟ ୧୪ ତାରିଖ । ପାକିସ୍ତାନ ପାଳନ କରୁଛି ଏହାର ସ୍ୱାଧୀନତା ଦିବସ । ଏହି ଅବସରରେ ପଂଜାବର ଅଟାରୀ ସୀମାରେ ପାକିସ୍ତାନ ରେଂଜର୍ସ ଭାରତୀୟ ବିଏସଏଫ୍ ଜବାନଙ୍କୁ ମିଠାଇ ଦେଇଛନ୍ତି । ପୁଲୱମା ଘଟଣା ପରଠାରୁ ଭାରତ ଏହି ମିଠାଇ ଗ୍ରହଣ କରୁନଥିଲା । ତେବେ ୨୦୨୧ରେ ଏହି ମିଠାଇକୁ ଭାରତ ଗ୍ରହଣ କରିଛି । ଦୁଇ ଦେଶର ସେନା ମଧ୍ୟରେ ସୌହାର୍ଧ୍ୟ ରକ୍ଷା କରିବା ନେଇ ମିଠାଇ ପ୍ରଦାନ ବେଳେ ଆଶା କରିଛନ୍ତି ଦୁଇ ଦେଶର ସେନା ।
ସେହିପରି ଆସନ୍ତାକାଲି ଭାରତ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଭାରତୀୟ ସେନା ମଧ୍ୟ ସମାନ ଢଙ୍ଗରେ ପାକିସ୍ତାନ ରେଂଜର୍ସକୁ ମିଠାଇ ପ୍ରଦାନ କରିବ ବୋଲି ଭାରତୀୟ ବିଏସଏଫ୍ ସେନା ଅଧିକାରୀ ଜସବୀର ସିଂ କହିଛନ୍ତି ।

related posts

Leave a Comment