Home Breaking News ସ୍ୱାଧୀନତା ଦିବସରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବଢିଲା ମନ୍ଦିର ଗୁଡିକର ସୁରକ୍ଷା

ସ୍ୱାଧୀନତା ଦିବସରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବଢିଲା ମନ୍ଦିର ଗୁଡିକର ସୁରକ୍ଷା

by Times One Odia
Share with
     
 
 
   

ଅଗଷ୍ଟ ୧୫ ଅବସରରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବଡଧରଣର ଆତଙ୍କୀ ହମଲାର ଷଡ ଯନ୍ତ୍ର କରୁଛନ୍ତି । ଏନେଇ ଗୁଇନ୍ଦାସୂଚନା ପରେ ଜାମ୍ମୁକାଶ୍ମୀରରେ ସୁରକ୍ଷାବ୍ୟବସ୍ଥା ବଢାଇ ଦିଆଯାଇଛି । ଜାମ୍ମୁକାଶ୍ମୀରର ପ୍ରମୁଖ ଛକ ଓ ସହର ଗୁଡିକ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ସୁରକ୍ଷାରେ ସେନା, ଜାମ୍ମୁକାଶ୍ମୀର ପୋଲିସ ସହିତ ଆଇଟିବିପି ଯବାନଙ୍କୁ ମୁତୟନ କରାଯାଇଛି । ଜାମ୍ମୁକାଶ୍ମୀରର ରଘୁନାଥ ମନ୍ଦିରର ସୁରକ୍ଷା ବଢାଇ ଦିଆଯାଇଛି । ଆତଙ୍କବାଦୀ ଗତ କିଛି ଦିନ ଧରି ଡ୍ରୋନ୍ ଆତଙ୍କ ଖେଳାଇବା ପରେ ବିଜେପି ନେତାଙ୍କ ଉପରେ ଆକ୍ରମଣ କରି ଆସୁଛନ୍ତି । ଏପରି ସମୟରେ ସ୍ୱାଧୀନତା ଦିବସ ଅବସରରେ କୌଣସି ବଡ ଅଘଟଣ ଘଟାଇବାକୁ ଷଡ ଯନ୍ତ୍ର କରୁଛନ୍ତି । ଆତଙ୍କବାଦୀଙ୍କ ସମସ୍ତ ପ୍ରକାର ଉଦ୍ୟମକୁ ପଣ୍ଡ କରିବାକୁ ଜାମ୍ମୁକାଶ୍ମୀରରେ ଘାଟିରେ ସଜାଗ ରହିଛି ସେନା ।

related posts

Leave a Comment