Home Breaking News / ତାଜା ଖବର ଶ୍ରାବଣ ସରିବାକୁ ବସିଲାଣି: ବର୍ଷାର ଦେଖାନାହିଁ, ଜମି ଫାଟି ଆଁ

ଶ୍ରାବଣ ସରିବାକୁ ବସିଲାଣି: ବର୍ଷାର ଦେଖାନାହିଁ, ଜମି ଫାଟି ଆଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶ୍ରାବଣ ସହିବାକୁ ବସିଲାଣି। ବର୍ଷାର ଦେଖାନାହିଁ। ଜମି ଫାଟି ଆଁ କଲାଣି ।
କନ୍ଧମାଳଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । କଣ କରିବ କଣ ନାହିଁ ସେ ଚିନ୍ତାଘାରିଛି। ଜିଲ୍ଲାର ଜିଉ ଦ ୟଗିରି ଠୁ ଆରମ୍ଭ କରି ଖଜୁରୀପଡ଼ା,ବ।ଲି ଗୁଡ଼ା ଆଦି ସବୁ ସ୍ଥାନରେ ବର୍ଷ । ଭାବ ଯୋଗୁଁ ଜମି ସବୁ ଅନେକ ସ୍ଥାନରେ ଫାଟି ଆଁ କଲାଣି ।
ଧାନ ତଳି ମାନ ମଧ୍ୟ ଶୁଖିନଷ୍ଟ ହେବାକୁ ବସି ଲା ଣି । ତେବେ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠି କିନ୍ତୁ ବର୍ଷା ପରିମାଣ ଠିକ ଅଛି ଚାଷରେ ସେଭଳି କିଛି ଅସୁବିଧ । ହେବନାହିଁ ବୋଲି କହୁଛନ୍ତି ।କନ୍ଧମାଳ ଜିଲ୍ଲାରେ ମୋଟ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷ ଜମି ରହିଛି ।
ସେଥିମଧ୍ୟରୁ ଜିଲ୍ଲାର ପ୍ରତିବର୍ଷ୫୦ ହଜାର ହେକ୍ଟର ଚାଷଜମିରେ ଧାନଚାଷ ହେଉଥିବାବେଳେ ଚଳିତ ବର୍ଷ ସରକାର ଧାନ ଚାଷ କମାଇ୩୭ହଜାର ୫୦ ହେକ୍ଟର ଧାର୍ଯ୍ୟକରିଛନ୍ତି ।
ତେବେ ସେଥିମଧ୍ୟରୁ ୨୨ ହଜାର ହେକ୍ଟର ଜମିରେ ଧାନରୁ ଆ ହୋଇଥିବାବେଳେ ୧୫ହଜାର ହେକ୍ଟର ଜମିରେ ଧାନରୁଆ ହୋଇ ନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଶତପଥି । ତେବେ ଆଗାମୀ ୨୦ତାରିଖ ମଧ୍ୟରେ କିଛି ବର୍ଷା ହୋଇଗଲେ ବାକି ଧାନ ତଳି ସବୁ ରୁଆ ହୋଇପାରିବ । ଆସନ୍ତାସପ୍ତାହକମଧ୍ୟରେ ବର୍ଷା ନ ହେଲେ ଧାନଚାଷ କିଛି ପରିମାଣରେ କ୍ଷତି ହେବା ଆଶଙ୍କା ରହିଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶତପଥି କହିଛନ୍ତି ।
ସେହିପରି ଚାଷୀମାନେ ମଧ୍ୟ ବର୍ଷାକୁ ଅନାଇ ରହିଛନ୍ତି ।
କେହି କେହି ଭାର କିମ୍ବା ମାଠିଆରେ ଦୁରରୁ ପାଣି ଆଣି ତଳିରେ ପକାଉଥିବା ଦେଖିବାକୁ ମିଳିଛି।
ଜିଲ୍ଲାରେ ଜଳସେଚନ ସୁବିଧାବିଶେଷ ନ ଥିବାବେଳେ ଏପଟେ ବର୍ଷା ପରିମାଣ ମଧ୍ୟ କମ ରହିଛି । ଆଗକୁ ବର୍ଷା ନ ହେଲେ ଧାନଚାଷ କିଭଳି ହେବ ତାକୁ ନେଇ ଚିନ୍ତାରେ ଚାଷୀ।

related posts

Leave a Comment