ରାୟଗଡା(ଧନେଶ୍ବର ରାଉତ): ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ମୌଳିକ ସୁବିଧା ପହଞ୍ଚିବାରେ ବିଫଳ ରାଜ୍ୟ ସରକାର ।ଗମନା ଗମନ ସୁବିଧନଥିବାରୁ ବିକାଶ ପହଞ୍ଚିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଏକ ପ୍ରକାର ଅନ୍ଧାରି ମୂଳକରେ ବସବାସ କରୁଛନ୍ତି ଏହି ଅଂଚଳର ଜନ ସାଧାରଣ। ଚିକିତ୍ସା ପାଇଁ ଡାକ୍ତରଖାନା ସୁବିଧା ନାହିଁ, ଶିକ୍ଷା, ଦୂରଭାଷ,ରାସ୍ତା, ଗମନା ଗମନ ଭଳି ଅନେକ ମୌଳିକ ସମସ୍ୟା ଜୁଝୁ ଛନ୍ତି ଏହି ପାଞ୍ଚଖଣ୍ଡ ଗ୍ରାମର ଗ୍ରାମବାସୀ। ଏବେ ଆମେ କହିବାକୁ ଚାହୁଁଚୁ ରାୟଗଡ ଜିଲ୍ଲା ଦୁର୍ଗମ ଓ ଏକଦା ମାଓ ଅଂଚଳ ଭାବେ କୁଖ୍ୟାତି ଅର୍ଜିନ କରିଥିବା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ଅଧିନସ୍ଥ ସାନ ମାଟୁରୁ, ହୁରେଡ଼, ଜଲାଖୁଟି, ବଡ ମାଟୁରୁ ଏବଂ ସାତପାଇ ଅଞ୍ଚଳ ଅଟେ। ଏହି ପଂଚାୟତରେ ୩୨ ଖଣ୍ଡ ଗ୍ରାମ ରହୁଛି ଏହି ପଞ୍ଚାୟତରେ ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ କେତେକ ଗ୍ରାମ ବର୍ଷା ମାସରେ ବାହ୍ୟ ଜଗତ ରୁ ବିଛିହ୍ନ ହୋଇ ପଡେ ସେଗଡିକ ହେଲା ପଡେଙ୍ଗ, ପଣସଗୁଡା, ଗାଡ୍ରମୁଇ, ଟିକ୍ସିମୁଇ ଭଳି ଅନେକଗ୍ରାମ ରହିଛି। ସରକାରଙ୍କ ଉଦାସୀନତା ଯୋଗୁଁ ବିକାଶ ଏହି ଅଞ୍ଚକୁ ପହଂଚି ପାରିନାହିଁ। ଏପରିକି ୨୦୦୦ ମସିହାରେ ଦୁର୍ଗମ ଥିବାରୁ ଏହା ମାଓବାଦୀଙ୍କ ଚରଭୁଇଁ ପାଲଟିଥିଲା ଯାହାକି ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଓ ସମିଟିସଭ୍ୟଙ୍କୁ ଜୀବନରେ ମାରିବାକୁ ପଛାଇନଥିଲେ।କିନ୍ତୁ ସେବେଠାରୁ ଏବେ ସ୍ଥିତି ସୁଧୁରୀ ଥିଲେବି ଆଉ କେତେକ ଗ୍ରାମକୁ ରାସ୍ତା ନଥିବାର ନଗ୍ନ ଦୃଶ୍ୟ ଦୃଶ୍ୟମାନ ହେଉଛି। ଏହି ଅଂଚଳର ବିଶ୍ୱନାଥ ମାଝୀ, କେଶରୀ ମାଝୀ,ଗଣେଶ୍ୱର ମାଝୀ,ଚାଚିରି ମାଝୀ, ଅଭିରାମ ମାଝୀ,ରାମ ମାଝୀ, ସନାଇ ମାଝୀ, ଚମ୍ପା ମାଝୀ ପ୍ରମୂଖ କହିଛନ୍ତି କି ଯଦି ସରକାର ଏଥିପ୍ରତି ନଦିଆନ୍ତି ତାଙ୍କ ହେଲେ ବଡ଼ ଆନ୍ଦୋଳନହେବ ବୋଲି ଚେତାବନୀ ଦେଇଛନ୍ତି। ଏହି ପଞ୍ଚାୟତର ଯୁବ ଭାଜପା ନେତା ଭିବିଷଣ ଗୌଡ଼ଙ୍କ କହିବା କଥା ହେଲା ଏହି ବ୍ଲକର ଗୋଡିବାଲି ସିରିପାଇ ମନ୍ଦିବିସି ପଞ୍ଚାୟତରେ ଦୁର୍ନୀତି ଚରମ ସୀମାରେ ପହଂଚିଛି ତାହା ତଦନ୍ତ କଲେ ସାମନାକୁ ଆସିବବୋଲି ମତ ଦେଇଛନ୍ତି। ଏହି ଅଂଚଳ ଦୁର୍ଗମ ହୋଇଥିବାରୁ ଅଫିସର ନେତା ଠିକାଦାର ଲୁଟିବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି।ଏନେଇ ପଂଚାୟତ ର ପି ଇ ଓ ନରସିଂହ ପାଢ଼ୀ ଙ୍କୁ ପଚାରିବାରୁ ଚଳିତ ବର୍ଷ ଏକ୍ସସେନ ପ୍ଲାନରେ ରଖା ହେଇଛି ବୋଲି ଉତର ଦେଇଥିଲେ। ନୂତନ ଭାବେ ଜଏନ କେଇଥିବା ବି ଡି ଓ ଗୌରଚନ୍ଦ୍ର ପଟନାୟକ ଙ୍କ ସହ ଯୋଗାଯୋଗ ହେଇ ପାରିନଥିଲା। ପ୍ରକାଶ ଯୋଗ୍ୟ ଏହିକିଯେ ସରକାରଙ୍କ ଯୋଜନା ଆଦିବାସୀ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇ ଥିଲେ ସୁଦ୍ଧା ଏହାର ସୁଫଳ ମିଳିବା କଷ୍ଟକରହୋଇପଡିଛି ।
ଗମନା ଗମନ ସୁବିଧା ନଥିବାରୁ ବିକାଶ ଯେଉଁଠି ଅପହଞ୍ଚ
Share with
previous post