Home Breaking News / ତାଜା ଖବର ୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିବ ସାରାଦେଶ- ପ୍ରଧାନମନ୍ତ୍ରୀ ମୋଦି

୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିବ ସାରାଦେଶ- ପ୍ରଧାନମନ୍ତ୍ରୀ ମୋଦି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ୧୪ ଅଗଷ୍ଟ । ୧୯୪୭ ମସିହାର ଆଜିର ଦିନ ମଧ୍ୟ ରାତ୍ରିରେ ଦେଶ ହୋଇଥିଲା ବିଭାଜନ । ଭାରତରୁ ଅଲଗା ହୋଇ ପାକିସ୍ତାନ ନାମକ ଆଉ ଏକ ଦେଶ ଗଠନ ହୋଇଥିଲା । ତେବେ ଏହି ଅବସରରେ ଦେଶ ବିଭାଜନକୁ ନେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ବିଭାଜନ ସମୟରେ ଡାଇରେକ୍ଟ ଆକ୍ସନ ଆଳରେ ପାକିସ୍ତାନ କରିଥିବା ରକ୍ତପାତକୁ , ଏଥିରେ ଜୀବନ ଦେଇଥିବା ଦେଶବାସୀଙ୍କୁ କେବେ ବି ଭୁଲି ହେବନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ବିଭାଜନର କଷ୍ଟକୁ କେବେ ବି ଭୁଲି ହେବନାହିଁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେଥିପାଇଁ ଏଣିକି ପ୍ରତ୍ୟକ ବର୍ଷ ଅଗଷ୍ଟ ୧୪ ତାରିଖକୁ ଭାରତ ବିଭାଜନ ସ୍ମୃତି ଦିବସ ଭାବେ ପାଳନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ।

related posts

Leave a Comment