Home Breaking News / ତାଜା ଖବର ସୁବର୍ଣ୍ଣପୁର ବାନ୍ଧ କଳା ପାଇଁ ଆଉ ଏକ ଗୌରବ

ସୁବର୍ଣ୍ଣପୁର ବାନ୍ଧ କଳା ପାଇଁ ଆଉ ଏକ ଗୌରବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁଖ୍ୟମନ୍ତ୍ରୀ ଆସନ୍ତା 16 ତାରିଖରେ ଭାରତୀୟ ଅଲମ୍ପିକ ବିଜେତା ହକି ଟିମ ଓଡିଶାକୁ ନିମନ୍ତ୍ରଣ କରିଛନ୍ତି ।ତାଙ୍କୁ ଏଠାରେ ବିପୁଳ ସ୍ବାଗତ ଓ ସମର୍ଦ୍ଧନା ଦେବା ସହ ଉତ୍ତରୀୟ ଉପହାର ଦିଆଯିବ ।କିନ୍ତୁ ଏହି ସ୍ବାଗତ ସମର୍ଦ୍ଧନାରେ ଅଲମ୍ପିକ ବିଜେତାଙ୍କ ଯେଉଁ ଉତ୍ତରୀୟ ଦିଆଯିବ ଏହା ସୁବର୍ଣ୍ଣପୁର ଜିଲ୍ଲାରୁ ଯିବ । ସମ୍ବଲପୁରୀ ବସ୍ତ୍ରରେ ତିଆରୀ ବାନ୍ଧ କଳାରେ ଡିଜାଇନ ହୋଇଛି ଏହି ଉତ୍ତରୀୟ ।ସୋନପୁର ଜିଲ୍ଲା ତରଭା ବ୍ଲକ ବହ୍ମଣୀପାଲି ଗାଁରେ ତିଆରି ହୋଇଥିବା ଏହି ସ୍ବତନ୍ତ୍ର ଉତ୍ତରୀଅ ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷର ଅନ୍ତ ଶେଷ ହୋଇଛି ।ଗତ ୪ ବର୍ଷ ଧରି ଓଡିଶା ସରକାର ଜାତୀୟ ଦଳର ପ୍ରଯୋଜକ ରହିବା ସହ ରାଜ୍ୟର ଗୌରବ କଳିଙ୍ଗ ହକି ଷ୍ଟାଡିୟମ ଦେଶର ମୁଖ୍ୟ ହକି କେନ୍ଦ୍ରରେ ପରିଣତ ହୋଇଛି । ଟୋକିଓରେ ଐତିହାସିକ ବ୍ରୋଞ୍ଜ ପଦ ଜିତିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକିଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ଆସନ୍ତା 16 ତାରିଖରେ ଓଡିଶାକୁ ନିମନ୍ତ୍ରଣ କରିଛନ୍ତି ।ଏଠାର ବିପୁଳ ସ୍ବାଗତ ଓ ସମର୍ଦ୍ଧନା ଦିଆଯିବ ।କିନ୍ତୁ ଏହି ସ୍ବାଗତ ସମର୍ଦ୍ଧନାରେ ଅଲମ୍ପିକ ବିଜେତାଙ୍କୁ ଯେଉଁ ଉତ୍ତରୀୟ ଦିଆଯିବ ଏହା ସମ୍ବଲପୁରୀ ବସ୍ତ୍ରରେ ତିଆରି ।ସୋନପୁର ତିଆରି ପାଟ ବସ୍ତ୍ର ସାରା ବିଶ୍ବରେ ନାଁ ରହିଛି ସରୁ ସୂତା, ପ୍ରାକୃତିକ ରଙ୍ଗ, ସୁକ୍ଷ୍ମ କାରିଗରୀ ଓ ନୂଆ ୟୁନିକ ଡିଜାଇନ ଆଜି ଖାଲି ଦେଶରେ ନୁହେଁ, ସାରା ବିଶ୍ବରେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ରର ଚାହିଦା ବଢେଇଛି ।ଏହା ଭିତରେ ପୁଣି ସୁବର୍ଣ୍ଣପୁର ଜିଲ୍ଲାରୁ ଅଲମ୍ପିକ ବିଜେତାକୁ ଉପହାର ଦେବା ପାଇଁ ଆଉ ଏକ ବାନ୍ଧ କଳାରେ ଡିଜାଇନ ହୋଇଛି ଏହି ଉତ୍ତରୀୟ ।ସୋନପୁର ଜିଲ୍ଲା ବ୍ରହ୍ମଣୀପାଲି ସାଗର ତଲ ଗାଁରେ ତିଆରି ହୋଇଥିବା ଏହି ଉତ୍ତରୀୟ ସୋନପୁରୁ ଜିଲ୍ଲାରୁ ଯିବ ।ସୁବର୍ଣ୍ଣପୁର ସବୁବେଳେ ବାନ୍ଧ କଳାର ସ୍ବତନ୍ତ୍ର ଡିଜାଇନ ଏବଂ ଏଠାକାର ବାନ୍ଧ ଶିଳ୍ପ ଶିବ ଶଙ୍କର ମେହେର ଏବଂ ନୀଳମଣୀ ମେହେରଙ୍କ ପରିବାର ।ସୁକ୍ଷ୍ମ ବାନ୍ଧ କଳାରେ ତିଆରି ହୋଇଥିବା ଏହି ଉତ୍ତରୀୟରେ ରହିଛି ଅଲମ୍ପିକର ଚିହ୍ନ । ହକି ଷ୍ଟିକ ର ଚିହ୍ନ ।ଏହାକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି ।16 ତାରିଖରେ ହକି ଖେଲାଲୀଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଉତ୍ତରୀୟ ଅଲମ୍ପିକ ବିଜେତାକୁ ଉପହାର ଦିଆଯିବ । ସମ୍ବଲପୁରୀ ବସ୍ତ୍ରରେ ତିଆରି ଏହି ଉତ୍ତିରୀୟକୁ ବୁଣିଛନ୍ତି ସୋନପୁର ଜିଲ୍ଲାର ବୁଣାକାର ।ରାଜ୍ୟ ସରକାର ସମ୍ବଲପୁରୀ ବସ୍ତ୍ରାଳୟକୁ ଏହି ଉତ୍ତିରୀୟ ତିଆରି ପାଇଁ ଅର୍ଡର ଦେଇଛନ୍ତି ।ସମ୍ବଲପୁର ବସ୍ତ୍ରାଳୟ ତରଫରୁ ସୋନପୁର ଜିଲ୍ଲାର ବୁଣାକାରକୁ ଏହି ଉତ୍ତରୀୟ ବୁଣିବାପାଇଁ ଚୟନ କରାଯାଇଥିଲା ।ଏଥି ପାଇଁ ମାଷ୍ଟର ବୁଣାକାର ଉତ୍ତମ ମହେରଙ୍କ ତତ୍ତାବଧାନରେ ମାତ୍ର ଦିନ ରାତି ପରିଶ୍ରମରେ ତିନି ଦିନ ଭିବତରେ ଏହି ଉତ୍ତରିୟ କାମ ଶେଷ ହୋଇଛି ।ସମ୍ବପୁରୀ ବସ୍ତ୍ରାଳୟର ପରିଚାଲନା ନିର୍ଦେଶରୁ ଆଜି ଏହି ଉତ୍ତିରିୟ ହସ୍ତାନର କରାଯାଇଛି । ଶିଶିର କୁମାର ନାଗ,ପରଚାଲନା ନିର୍ଦେଶକ,ସମ୍ବଲପୁର ବସ୍ତ୍ରୀଳୟ,ବରଗଡ ।
ବାନ୍ଧକଳାର ପ୍ରୟୋଗଶାଳା ଭାବେ ସୁବର୍ଣ୍ଣପୁର ବେଶ ପ୍ରସିଦ୍ଧି ପାଇଛି । ତେବେ କଳାକାର ଓ କାରୀଗରମାନଙ୍କ ସୃଜନଶୀଳତା ଖାଲି ରାଷ୍ଟ୍ରୀୟ କି ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଆଣିଛି, ତାହା ନୁହେଁ ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ବି ସହାୟକ ହୋଇ ପାରିଛି । ତେବେ ସବୁବେଳେ କିଛି ଖାସ, ହଟକେ ଡିଜାଇନ ଆଣି ଆସୁଥିବା ଏଠାକାର ଶିଳ୍ପୀ ଅଲମ୍ପିକ ବିଜେତା ପାଇଁ ତିଆରି କରିଥିବା ଏହି ଉତ୍ତରୀୟ ଜରିଆରେ ନିଜ ଉତ୍କୃଷ୍ଟ ପାରିଦର୍ଶୀତାକୁ କରିଛନ୍ତି ପ୍ରମାଣ

related posts

Leave a Comment