Home Breaking News / ତାଜା ଖବର ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗ ଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗ ଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗ ଠନ, କନ୍ଧମାଳ ଜିଲ୍ଲା ଶାଖାର ଗୁରୁବାର ପାବୁରିଆ ଠାରେ ଜିଲ୍ଲା ସ୍ତରୀୟ ସଂଯୋଜକ, ପିଆରଆଇ ସଦସ୍ୟ ଏବଂ ସାଙ୍ଗଠନିକ ବୈଠକ ସଭାପତି ପ୍ରତାପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଟିକାବାଲି, ଉଦୟଗିରି, ରାଇକିଆ, ଦାରିଙ୍ଗବାଡି ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ଏବଂ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଂଯୋଜକ ମାନେ ଯୋଗ ଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଦଳର ତୃଣମୂଳ ସଂଘଠନ ସୁଦୃଢ଼ କରିବା ସହ କିପରି ଭାବରେ ଦଳୀୟ ସମର୍ଥିତ ପ୍ରାର୍ଥୀମାନେ ଯେପରି ବିଜୟୀ ହେବେ ସେଥିପାଇଁ ପାଇଁ ସର୍ବ ସମ୍ମତ ମତପ୍ରକାଶ ପାଇବା ସହ ବ୍ଲକ ସଂଯୋଜକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ଅବସର ରେ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର ମୂଖ୍ୟ ଅତିଥି, ଜିଲ୍ଲା ସଭାପତି ଅନାମ ନାୟକ ସମ୍ମାନିତ ଅତିଥି, ଯୋନାଲ ସଂଯୋଜକ ସନ୍ତୋଷ ବକ୍ସି, ଫୁଲବାଣୀ ନଗର ସଭାପତି ଶିବ ଶଙ୍କର ବେହେରା, ଜାତି ବିଭାଗ ଅଧ୍ୟକ୍ଷ ପ୍ରଫୁଲ ଦିଗାଳ, ରାଇକିଆ ବ୍ଲକ ସଭାନେତ୍ରୀ ଶ୍ରୀମତୀ କ୍ରିଷ୍ଣା ପ୍ରିୟା, ଟିକାବାଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପ୍ରଧାନ, ଉଦୟଗିରି ନଗର ସଭାପତି ଏନ ରାଜା ରାଓ, ବ୍ଲକ ସଭାପତି ସଦାନନ୍ଦ ନାୟକ ସଂମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଟିକାବାଲି ବ୍ଲକ ସଭାପତି ଗୋକୁଳ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ, ସଭା ପରିଚାଳନାରେ ସହଯୋଗ କରିଥିଲେ ଯାକେଶ ପ୍ରଧାନ, ଯୁଗଳ କିଶୋର ନାୟକ, ଜ୍ୟୋତିଷ ଚନ୍ଦ୍ର ନାୟକ, ଅମିୟ ରଂଜନ ବୁର୍ଗୀ ଓ ବସନ୍ତ ପ୍ରଧାନ । ଫୁଲବାଣୀ ବ୍ଲକ ସଂଯୋଜକ ବଳଦେବ ବେହେରା ଧନ୍ୟବାଦ ଦେଇଥିଲେ ।

related posts

Leave a Comment