Home Breaking News ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚାର କାର୍ଯ୍ୟକାରିଣୀ ବୈଠକ

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚାର କାର୍ଯ୍ୟକାରିଣୀ ବୈଠକ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲପଟନାୟକ): ଆସନ୍ତାପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାବିଜେପିଯୁବ ମୋର୍ଚା ସଜବାଜ ହେଉଛି । ଶୁକ୍ରବାରର ଫୁଲବାଣୀଠାରେଜିଲ୍ଲା ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ବିଜେର୍ବ ସଭାପତି ଜଗନ୍ନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେପି ଦଳକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ଯୁବକର୍ମୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ। ବିଶେଷକରି
ଜିଲ୍ଲାର ଗ୍ରାମାଞ୍ଚଳର ଲୋକମାନଙ୍କ ନିକଟରେ ମୋଦୀ ସରକାରଙ୍କ ବିଭିନ୍ନଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ର ବାର୍ତ୍ତାପହଞ୍ଚିପାରିବ ସେ ଦିଗରେ ଧ୍ୟ। ନଦେବାଲାଗି କହିଥିଲେ । ସେହିପରି ଦଳରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ସେ ଦିଗରେ ଅଧିକ ପରିଶ୍ରମ କଲେ ସଂଗଠନ ମଜବୁତ ହେବା ସହ ଆଗାମୀ ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିଦଳ ର ବିପୁଳ ବିଜୟ ହେବ ବୋଲି କହିଥିଲେ ଜିଲ୍ଲାସଭାପତି ଶ୍ରୀ ସାହୁ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦେବନାରାୟଣ ପ୍ରଧାନ, ରମେଶ ମହାନ୍ତି. ପ୍ରମୁଖଙ୍କ ସମେତ ବିଜେପି ଜିଲ୍ଲା ଯୁବମୋର୍ଚା ସଭାପତି , ଉପସଭାପତି , ସଂପାଦକଙ୍କସମେତ ପ୍ରତ୍ୟେକ ବ୍ଲକ ସଭାପତି ଓ ଯୁବ କାର୍ଯ୍ୟବର୍ତ୍ତ। ମାନେ ଉପସ୍ଥିତ ଥିଲେ।

related posts

Leave a Comment