Home Breaking News / ତାଜା ଖବର କଳିଙ୍ଗା ଯନ୍ତ୍ରୀଙ୍କ ମନମୁଖି କାରବାର: ରାତି ଅଧିଆ ବିକିଦେଲେ ଲକ୍ଷାଧିକ ଟଙ୍କାର ସ୍କ୍ରାପ

କଳିଙ୍ଗା ଯନ୍ତ୍ରୀଙ୍କ ମନମୁଖି କାରବାର: ରାତି ଅଧିଆ ବିକିଦେଲେ ଲକ୍ଷାଧିକ ଟଙ୍କାର ସ୍କ୍ରାପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୁର୍ତ୍ତ ବିଭାଗରେ ଖୁଲମଖୁଲା ଦୁର୍ନିତୀ ,ଅନିୟମିତତା କେଳେଙ୍କାରୀ ଚାଲିଥିବା ଅଭିଯୋଗ ହେଉଛି ।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଜ୍ଞାତସାରରେ କୁ ଆଡେଏ ସବୁ ଚାଲିଥିବା ଅଭିଯୋଗ ହେଉଛି ।
ଏହି ଡିଭିଜନ ଅନ୍ତର୍ଗତ କଳିଙ୍ଗା ଠାରେ ଥିବା ପୁର୍ତ୍ତ ବିଭାଗ ସେକସେ ନର ସହକାରୀ ଯନ୍ତ୍ରୀ ଅରୁଣ କୁମାର ସାହୁ ମନଇଛ। କାର୍ଯ୍ୟାଳୟ ପରିସରରେ ଦୀର୍ଘବର୍ଷ ଧରି ପଡିଥିବା ରଦି ଲୁହା, ଲୁହା ଚଦର . ରୋଲର ଚକା ଠାରୁ ଆରମ୍ଭ କରି ଡ୍ରମ , ଭଙ୍ଗା ଲୁହା ସ୍କ୍ରାପ, ଆଦି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ପତ୍ର ସବୁ ଟ୍ରକ 6ର ଲୋଡ଼ କରି ବାହାରେ ବିକ୍ରି କରି ଅର୍ଥ ହଡପ କରିଥିବା କୁହାଯାଉଛି । ଏ ଖବର ଜାଣିବାପରେ ଜି.ଉଦୟଗିରିସହକାରୀ ନିର୍ବାହୀ ଯନ୍ତ୍ରୀ କାରଣ ଦର୍ଶାଅ ନୋଟିସ ଜାରୀ କରିଥିବା ଜଣା ପଡିଛି । କାହିଁକି ଓ କଣ ପାଇଁ.ବିଭାଗୀୟ କତୃପକ୍ଷଙ୍କ ବିନା ଅନୁମତିରେ ବିକ୍ରି କଲ ବୋଲି ପ୍ରଶ୍ନ କରି ପତ୍ର ଲେଖିଥିବା କୁହାଯାଉଛି । ଏନେଇ କଳିଙ୍ଗାଯନ୍ତ୍ରୀ ଇଂସାହୁ ପୂର୍ବରୁ ରାଜ୍ୟ ପାଇଁ ଟେଣ୍ଡର ହୋଇଥିବା କଥା କହୁଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏ ନେଇ କିଛି ଜାଣିନ ଥିବା କହୁଛନ୍ତି ।
ସହକାରୀ ଯନ୍ତ୍ରୀ ଇଂସାହୁ ଜିଲ୍ଲାରେ ଦୀର୍ଘବର୍ଷ ରହି ବ୍ୟାପକ ଦୁନିତୀ ଚଳାଇଥିବା ଅଭିଯୋଗ ହେଉଛି । ଯନ୍ତ୍ରୀ ଇଂସାହୁ ପୁର୍ବରୁ ଲାଞ୍ଚ ନେଉଥିବାବେଳେଭିଜିଲାନ୍ସ ଦ୍ଵାରା ମଧ୍ୟ ଧରାପଡିଥିଲେ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ଏହି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଏଠାରୁ ଅନ୍ୟତ୍ର ବଦଳୀଦାବୀ କରି ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ତାଙ୍କ ବିରୁଦ୍ଧରେ କ।ର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେହିପରି ଫୁଲବାଣୀଠାରେ ଅବସ୍ଥାପିତ ଯନ୍ତ୍ରୀ ଇଂ ସରୋଜ ପାଢି ମଧ୍ୟ ଦୀର୍ଘବର୍ଷ ଧରି ଦୁର୍ନିତୀ ଅନିୟମିତତା କରୁଥିବା ଓଅତିତରେ ଏଠାରେ ତାଙ୍କ ନାମରେ ମଧ୍ୟ ଭିଜିଲାନ୍ସ ମାମଲା ହୋଇଥିବା ଦର୍ଶ। ଇଫୁଲବାଣୀ ବିଧାୟକ ତାଙ୍କ ବିରୁଦ୍ଧରେ ତଦନ୍ତ କରିକାର୍ଯ୍ୟ। ନୁଷ୍ଠାନ ସହ ତୁରନ୍ତ ବଦଳୀ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମଧ୍ୟ କା ର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ଘଟଣା ନେଇ ଚର୍ଚା ହେଉଛି ।

related posts

Leave a Comment